June 21, 2026

ବିଜେଡିର ପ୍ରତିଷ୍ଠା ଦିବସରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ ଓ ରୋଗୀଙ୍କୁ ଫଳ ବଣ୍ଟନ 

IMG-20241226-WA0004
Share

 

ବୁଗୁଡ଼ା : ତା ୨୬/୧୨/୨୪ : ବୁଗୁଡ଼ା ବ୍ଲକ ଓ ଏନ୍ଏସି ବିଜେଡି ପକ୍ଷରୁ ଦଳର ୨୮ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସ୍ଥାନୀୟ ବ୍ଲକ କାର୍ଯ୍ଯାଳୟ ଏବଂ ନୂଆଁ ବସଷ୍ଟାଣ୍ଡ ପରିସରସ୍ଥ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଦ୍ବୟରେ ପୁଷ୍ପମାଲ୍ୟ ଅର୍ପଣ ସାଙ୍ଗକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପ୍ରାକ୍ତନ କାଉନସିଲର ସୁଧାଂଶୁ ଶେଖର ପାଢୀ ଓ ସୂର୍ଯ୍ୟ ନାରାୟଣ ମହାନ୍ତି, ସରପଞ୍ଚ ସୁଶାନ୍ତ ପ୍ରଧାନ, ମନୋରଞ୍ଜନ ଦାଶ, ରବିନ୍ଦ୍ର କୁମାର ପଣ୍ଡା, କେ.ତ୍ରିଲୋଚନ ଦୋରା, ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ଜିତେନ୍ଦ୍ର ପ୍ରଧାନ, ପୂର୍ବତନ ସରପଞ୍ଚ ମୁକୁନ୍ଦ ନାୟକ, କବିରାଜ ଗୌଡ ଓ ସମିତି ସଭ୍ୟ କୃଷ୍ଣ ରା,ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇ , ବରୁଣ ସେନାପତି, ଅମରେନ୍ଦ୍ର ସେନାପତି ଓ ସାହିଲ ପ୍ରଧାନଙ୍କ ସମେତ ବିଜେଡିର ବହୁ କର୍ମକର୍ତ୍ତା ଓ କର୍ମୀ ଯୋଗ ଦେଇଥିଲେ ।