September 21, 2024

ସମନ୍ବିତ ଯୁବ ବିକାଶ କ୍ରୀଡା ଉତ୍ସବ ଉଦଘାଟିତ…

Share


ବୁଗୁଡା : ସ୍ଥାନୀୟ ଶ୍ରୀ ବଳଦେବଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମରେ ଆୟୋଜିତ ସମନ୍ବିତ ଯୁବ ବିକାଶ କ୍ରୀଡା ଉତ୍ସବର ଶୁଭ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଧ୍ଯକ୍ଷ ମନୋଜ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ , ସମ୍ମାନିତ ଅତିଥି ଭାବେ ବରିଷ୍ଠ କ୍ରୀଡାବିତ୍ ଦୁର୍ଗା ପ୍ରସାଦ ଦାଶ ଓ ମିଡିଆ କ୍ଲବ ସମ୍ପାଦକ ପ୍ରଫୁଲ୍ଲ କୁମାର ପଟ୍ଟନାୟକ ଯୋଗ ଦେଇ ଛାତ୍ରୀମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏଠାକାର ବଳଦେବ ମନ୍ଦିରରୁ ପ୍ରତିଯୋଗୀଙ୍କ ଦ୍ବାରା କ୍ରୀଡା ଜ୍ୟୋତି ଆସି ପହଞ୍ଚିବା ପରେ ମୁଖ୍ଯ ଅତିଥିଙ୍କ ଦ୍ଵାରା କ୍ରୀଡା ପତାକା ଉତ୍ତୋଳନ ସାଙ୍ଗକୁ ସାମୁହିକ ଶପଥ ପାଠ ପୂର୍ବକ କ୍ରୀଡାର ଶୁଭାରମ୍ଭ ହୋଇଥିଲା । ନୋଡାଲ ଅଫିସର ଅଧ୍ଯାପକ ବିଭୂତି ଭୂଷଣ ମିଶ୍ରଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ଚର୍ତୁଦିବସୀୟ କ୍ରୀଡା ଉତ୍ସବର ଉଦଘାଟନୀ ଦିବସରେ ଛାତ୍ରୀମାନଙ୍କ ମଧ୍ୟରେ ୧୦୦ ଓ ୨୦୦ ମିଟର ଦୌଡ , ସଟପୁଟ୍ ଓ ଡିସକସ ଥ୍ରୋ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା । ଶିକ୍ଷାନୁଷ୍ଠାନର କ୍ରୀଡା ଶିକ୍ଷକ ସତ୍ଯଶ୍ରୀ କୁମାର ଜେନାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ପ୍ରତିଯୋଗିତା ଗୁଡିକୁ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଗୋପାଳ ଚନ୍ଦ୍ର ପାତ୍ର , ଅଧ୍ଯାପିକା ନିରୁପମା ରାୟ ମହାପାତ୍ର, ଅଧ୍ୟାପକ ପ୍ରଭାକର ଡ଼ାକୁଆ ଓ ସନାତନ ବେହେରୁକ, ଡେମୋନଷ୍ଟେଟର୍ କଳ୍ପନା ପଣ୍ଡା, କ୍ରୀଡା ଶିକ୍ଷକ ବିଭୁ ପ୍ରସାଦ ନନ୍ଦ, ସନ୍ତୋଷ ଗୌଡ ପ୍ରମୁଖ ପରିଚାଳନା କରିଥିଲେ ।