September 16, 2026

ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରବାର୍ଷିକ କ୍ରୀଡ଼ା ସମାରୋହ

IMG-20251126-WA0075
Share

 

 

 

ବୁଧବାର ଦିନ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ତ୍ରୟୋଦଶ ତମ ବାର୍ଷିକ କ୍ରୀଡା ମହା ସମାରୋହରେ ପାଳିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ବୁଗବୁଗା ସରପଞ୍ଚ ଶ୍ରୀଯୁକ୍ତ ଶେଷଦେବ ଛନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରିଥିଲେ ଓ ବାର୍ଷିକ କ୍ରୀଡ଼ାକୁ ଉଦଘାଟନ କରି ଶିଶୁ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।ଶ୍ରୀଯୁକ୍ତ ସକ୍ରାଜିତ ମେହେର (ସମାଜ ସେବୀ)ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଶିଶୁ ମାନଙ୍କୁ ଉତ୍ତମ କ୍ରୀଡ଼ା ବିତ୍ ହେବା ପାଇଁ ମାର୍ଗଦର୍ଶନ ଦେଇ ଥିଲେ।ପରିଚାଳନା ସମିତିର ଯୁଗ୍ମ ସଂପାଦକ ଶ୍ରୀଯୁକ୍ତ କ୍ଷୀରସାଗର ବେହେରା,କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରେମାନନ୍ଦ ମେହେର ଓ ପୂର୍ବତନ ଯୁଗ୍ମ ସଂପାଦକ ଶ୍ରୀଯୁକ୍ତ ରାଜେନ୍ଦ୍ର ବେହେରା ମଞ୍ଚାସୀନ ଥିଲେ।କାର୍ଯ୍ୟକ୍ରମକୁ ସୁଶ୍ରୀ ହିମାଦ୍ରି ନାଗ ଓ ସୁଶ୍ରୀ ରଶ୍ମିତା ବାରିକ ପରିଚାଳନା କରିଥିଲେ। କାଳିଚରଣ ହୋତାଙ୍କ ସମେତ ଶିଶୁ ଭାଇ ଭଉଣୀ ବୁଗବୁଗା ସମଲେଶ୍ବରୀ ମନ୍ଦିରରୁ ମଶାଲ ଆଣି ମଶାଲ ଶୋଭାଯାତ୍ରା କରି ମୁଖ୍ୟ ଅତିଥିଙ୍କ ଦ୍ବାରା ମଶାଲ ସ୍ଥାପନ କରାଇଥିଲେ।ଶିଶୁ ଭଉଣୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଖେଳ ଶିକ୍ଷକ ଶ୍ରୀମାନ୍ ତାପସ ଭୋଇ ,କାଳୀଚରଣ ହୋତା, ସୁଶ୍ରୀ ହିମାଦ୍ରି ନାଗ ଓ ଶ୍ରୀଯୁକ୍ତ ଭରତ ଭୋଇଙ୍କ ସମେତ ସମସ୍ତ ଗୁରୁମା ଗୁରୁଜୀ ଖେଳ ପରିଚାଳନା କରିଥିଲେ।ବାର୍ଷିକ କ୍ରୀଡ଼ାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଶ୍ରୀଯୁକ୍ତ ଶେଷଦେବ ଛନ୍ଦ(ସରପଞ୍ଚ ବୁଗବୁଗା ଗ୍ରାମ ପଞ୍ଚାୟତ)ଶ୍ରୀଯୁକ୍ତ ସକ୍ରାଜିତ ମେହେର(ସମାଜ ସେବୀ)ଯୋଗ ଦେଇ ଶିଶୁ ମାନଙ୍କୁ ମାର୍ଗଦର୍ଶନ ପୂର୍ବକ କୃତି ପ୍ରତିଭାଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ଧ୍ବଜ ଅବତରଣ ଓ ଜ୍ୟୋତି ନିର୍ବାପନ କରିଥିଲେ।ପରିଶେଷରେ ଶ୍ରୀଯୁକ୍ତ କାଳୀଚରଣ ହୋତା ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମଟି ସମସ୍ତ ଗୁରୁମା ଗୁରୁଜୀଙ୍କ ସାହାଯ୍ୟ ଓ ସହଯୋଗରେ ସାଫଲ୍ୟ ମଣ୍ଡିତ ହୋଇଥିଲା।

You may have missed