ତିର୍ତ୍ତୋଲ ର ସତ୍ୟ ଗୋପାଳ ପରିଜାଙ୍କୁ ବିଶ୍ୱ ଭାତୃତ୍ୱ ଆମ୍ବାସାଡର ଭାବେ ନିଯୁକ୍ତି ।
ତିର୍ତ୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।
କେହି ଜଣେ ଭକ୍ତ ସଂଗୀତରେ ଗାଇଥିଲେ “ଯିଏ ଯାହା ଖୋଜିଥାଏ ପାଏନାହିଁ ତାହା ଭାଗ୍ୟର ଲିଖନ ତୁମେ ଧରି ଅଛ ମାଆ” । ବାସ୍ତବରେ ମା’ଶାରଳା ଙ୍କ କୃପା ଲାଭ କରିଥିବା ସୌଭାଗ୍ୟବାନ ଯୁବକ ହେଉଛନ୍ତି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଳିପଦା ପଞ୍ଚାୟତ ତଥା ସେହି ଗ୍ରାମର ସତ୍ୟ ଗୋପାଳ ପରିଜା । ଯିଏ କି ଓଡିଶାରୁ ଏକମାତ୍ର ଓଡ଼ିଆ ଭାବେ, ଆସନ୍ତା ବର୍ଷ ସେପ୍ଟେମ୍ବର ୧୦ତାରିଖ ରୁ ୧୪ ତାରିଖ ପର୍ଯ୍ୟନ୍ତ ଦୁବାଇ ଠାରେ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀ ରେ ” ବିଶ୍ୱ ଭାତୃତ୍ୱ ଆମ୍ବାସଡ଼ର”ଭାବେ ଯୋଗ ଦେବାକୁ ଚୟନ ହୋଇଛନ୍ତି । ଶ୍ରୀଯୁକ୍ତ ପରିଜା ତେନ୍ତୁଳିପଦା ଗ୍ରାମର ସ୍ବର୍ଗତଃ ଗିରିଶ ଚନ୍ଦ୍ର ପରିଜା ଓ ବିଦ୍ୟୁତପ୍ରଭା ପରିଜା ଙ୍କ କନିଷ୍ଠ ପୁତ୍ର ଏବଂ ସାହିତ୍ୟ ସଂସ୍କୃତି ସଂଗଠକ ବିକାଶ ଚନ୍ଦ୍ର ପରିଜା ଙ୍କ କନିଷ୍ଠ ଭ୍ରାତା । ଦୀର୍ଘ ୧୫ ବର୍ଷ ଧରି ଅନ୍ତର୍ଜାତୀୟ ରୋଟାରୀ କ୍ଳବ ଓ ୱାଇଜମ୍ୟାନ ସଂଗଠନ ସହିତ ଅନୁବନ୍ଧିତ ରହି ସେବା କାର୍ଯ୍ୟରେ ନିୟୋଜିତ ଥିଲେ । ଅଧୁନା ଶ୍ରୀଯୁକ୍ତ ପରିଜା ୱାଇଜମ୍ୟାନ ଅନ୍ତର୍ଜାତୀୟ କ୍ଳବର ଗଭର୍ଣ୍ଣର ଭାବେ ଅବସ୍ଥାପିତ ଅଛନ୍ତି । ତାଙ୍କର ଏହି ଯୋଗ୍ୟତା ପାଇଁ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସୁଭେତ୍ସା ବାର୍ତ୍ତା ର ସୁଅ ଛୁଟୁଛି । ଅପରପକ୍ଷେ ଓଡିଶାରୁ ଏକମାତ୍ର ଓଡ଼ିଆ ଭାବେ ଚୟନ ହୋଇଥିବାରୁ ସାରା ଓଡ଼ିଆ ଙ୍କ ପାଇଁ ଗୌରବ ଆଣି ପାରିଛନ୍ତି ।
