April 28, 2026

ଯାହାର କେହି ନାହଁ , ତାର ଗୋଟିଏ ଅନୁଷ୍ଠାନ ଅଛି ( ମୋ ଅନୁଷ୍ଠାନ )

IMG-20251126-WA0069
Share

 

 

ବାଲେଶ୍ବର ( ଦେବାଶିଷ ଦାଶ )

 

ଦୁଃଖି , ରଙ୍କୀ , ଗରିବ ଠୁ ଆରମ୍ଭ କରି ଭିନ୍ନକ୍ଷମ ଓ ପିଲାଙ୍କ ପାଠପଢା ପର୍ଯ୍ୟନ୍ତ ସବୁଠାରେ ସବୁଠୁ ଆଗରେ ମୋ ଅନୁଷ୍ଠାନ..

ସମସ୍ତଙ୍କୁ ସବୁବେଳେ ସାହାଯ୍ୟ ର ହାତ ବଢ଼େଇ ଚାଲିଛି..

ଔପଦା ବ୍ଲକରେ ୫ମ ପର୍ଯ୍ଯାୟ କମ୍ବଳ ଓ ବସ୍ତ୍ର ବାଣ୍ଟିଲା ” ମୋ ଅନୁଷ୍ଠାନ ”

 

ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଗଡସାହି ପଞ୍ଚାୟତ ପଥରପଦା ମାଙ୍କିଡିଆ ସାହିରେ ୫ମ ପର୍ଯ୍ଯାୟ କମ୍ବଳ ଓ ବସ୍ତ୍ର ବଣ୍ଟନ କଲା ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” । କମ୍ବଳ ଓ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମରେ ସାମିଲ ଥିଲେ ସଭାପତି କୁଞ୍ଜଲତା ମାହୁଁନ୍ତ, ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା, ସଭ୍ୟ ଜଗବନ୍ଧୁ ବାରିକ୍, ଶୁଭେଚ୍ଛୁ ଜଗନ୍ନାଥ ମହାପାତ୍ର, ଅଜୟ ନାଇକ ଓ ସଂଯୁକ୍ତା ଦଲେଇ । ଏଥିରେ ପ୍ରାୟ ୩୦୦ ଶହରୁ ଉର୍ଦ୍ଧ୍ବ ଲୋକଙ୍କୁ କମ୍ବଳ ଓ ବସ୍ତ୍ର ପ୍ରଦାନ କରାଯାଇଛି । ଆବାଳ ବୃଦ୍ଧବନିତା ସମସ୍ତଙ୍କୁ ଦିଆଯାଇଛି । ପ୍ରତ୍ୟେକ ମେମ୍ବର ଏବଂ ଅନୁଷ୍ଠାନର ସମାଜସେବା କାର୍ଯ୍ୟକ୍ରମକୁ ଭଲ ପାଉଥିବା ବ୍ଯକ୍ତି ବିଶେଷଙ୍କ ସାହାଯ୍ୟ ଓ ସହଯୋଗ ଯୋଗୁଁ ଅନୁଷ୍ଠାନର ସମାଜସେବା କାର୍ଯ୍ୟ ଦିନକୁ ଦିନ ବୃଦ୍ଧି ହେବାରେ

ଲାଗିଛି । ଅନୁଷ୍ଠାନର ଏଭଳି ସମାଜସେବା କାର୍ଯ୍ୟକ୍ରମ ଦେଖି ବହୁ ଲୋକ ପ୍ରଶଂସା କରିବା ସହିତ ସେବା କାର୍ଯ୍ୟ ଜାରି ରଖିବା ପାଇଁ ପରାମର୍ଶ ଦେଉଛନ୍ତି ।।