ଉମରକୋଟ ନିକଟସ୍ଥ ପୋଡାଗଡ ଠାରେ ଆଦିବାସୀ ସଂସ୍କୃତି ମଣ୍ଡେଇ ର ଶୁଭାରମ୍ଭ……..
ଉମରକୋଟ (ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ର ପର୍ଯ୍ୟଟନ ସ୍ଥଳୀ ପୋଡାଗଡ଼ ପୀଠ ର ବିକାଶ ପାଇଁ ଏକ କୋଟି ଟଙ୍କାର ଆର୍ଥିକ ଅନୁଦାନ ର ଘୋଷଣା କରାଯାଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ଆଜି ମଣ୍ଡେଇ ଶୁଭାରମ୍ଭ ଅବସରରେ ପ୍ରକାଶ କରିଛନ୍ତି। ନବରଙ୍ଗପୁର ଜିଲ୍ଲାର କଳା ସଂସ୍କୃତି, ଐତିହ୍ୟ ପରମ୍ପରା ର ପ୍ରତୀକ ମଣ୍ଡେଇ ମହୋତ୍ସବ ର ପ୍ରାରମ୍ଭିକ ମଣ୍ଡେଇ ମହୋତ୍ସବ- ୨୦୨୫ର ଶୁଭାରମ୍ଭ ହୋଇ ଯାଇଛି ।ଉମରକୋଟ ବ୍ଲକ ଭଣ୍ଡାରୀଗୁଡ଼ା ଗ୍ରାମ ପଞ୍ଚାୟତ ପୋଡାଗଡ ଠାରେ ଅବସ୍ଥିତ ଶ୍ରୀ ଭୈରବ ମନ୍ଦିର ଠାରୁ ଆନୁଷ୍ଠାନିକ ଭାବରେ ନବରଙ୍ଗପୁର ଜିଲ୍ଲାରେ ମଣ୍ଡେଇ ଉତ୍ସବ ର ଶୁଭରମ୍ଭ ହୋଇଛି। ପୋଡାଗଡ଼ ର ଶ୍ରୀ ଭୈରବ ମନ୍ଦିର ରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇ ମଣ୍ଡେଇ ଅବସରରେ ମଶାଲ ପ୍ରଜ୍ବଳନ କରାଯାଇଥିଲା। ଏହା ପରେ ଏକ ଵିଶାଳ ସାଂସ୍କୃତିକ ଶୋଭା ଯାତ୍ରା ରେ ମଶାଲ କୁ ମଣ୍ଡେଇ ମଞ୍ଚ ନିକଟକୁ ଅଣା ଯାଇଥିଲା!ଏହି ମଣ୍ଡେଇ ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ,ପୋଷ୍ଟର ଉନ୍ମୋଚନ,ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମଣ୍ଡେଇ ମହୋତ୍ସବ ୨୦୨୫ ର ପୋଷ୍ଟର ଉନ୍ମୋଚନ କରାଯାଇଥିଲା।ଆଜିର ଏହି ମଣ୍ଡେଇ ଶୁଭାରମ୍ଭ କାର୍ଯ୍ୟକ୍ରମ ଟିକୁ ବ୍ଲକ ଓ ପୌର ପରିଷଦ ର ଆନୁକୂଲ୍ୟ ରେ ଅନୁଷ୍ଠିତ ହୋଇଥିଲା!ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ସହ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁ, ବିଡ଼ିଓ ମନୋଜ କୁମାର ମେହେର, ପୌର ପରିଷଦ ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରୀଗାଁ ବିଧାୟକ ନରସିଂ ଭତ୍ରା,ନବରଙ୍ଗପୁର ବିଧାୟକ ଗୌରୀ ମାଝୀ,ଉମରକୋଟ ର ତିନି ଜିଲ୍ଲା ପରିଷଦ, ରାଇଘର ବ୍ଲକ ସଭାପତି ଗୁପ୍ତ ଝାଙ୍କର, ଉମରକୋଟ ବ୍ଲକ ଅଧ୍ୟକ୍ଷା ସୁଶୀଳା ମାଝୀ, ପୌରାଧ୍ୟକ୍ଷା ରାଧା ଭତ୍ରା, ଉପାଧକ୍ଷ ସୁଧାଂଶୁ ଦାସ,ସାଂସଦ ପ୍ରତିନିଧି ରାମ ନାୟକ ପ୍ରମୁଖ ମଞ୍ଚାସିନ ରହିଥିବାବେଳେ ଚନ୍ଦନା ମଲିକ ମଞ୍ଚ ପରିଚାଳନା କରିଥିଲେ!ଆଗାମୀ ଡିସେମ୍ବର ୧୨ତାରିଖ ରୁ ନବରଙ୍ଗପୁର ଠାରେ ମଣ୍ଡେଇ ମହୋତ୍ସବ ପାଳନ କରାଯିବ!
