April 17, 2025

ବ୍ରହ୍ମଗିରି ବ୍ଲକ ମଣ୍ଡଳସ୍ତରୀୟ ବିଜ୍ଞାନମେଳା ଓ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪ ଅନୁଷ୍ଠିତ ହୋଇଯାଇଛି l

Share

ଆଜି ବ୍ରହ୍ମଗିରି ବ୍ଲକ ମଣ୍ଡଳସ୍ତରୀୟ ବିଜ୍ଞାନମେଳା ଓ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪ ରେବେଣା ନୂଆଗାଁ ସରକାରୀ ଉଚ୍ଚ ଇଂରାଜୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ବ୍ରହ୍ମଗିରି ବି ଇ ଓ କବିରାଜ ଜେନା, ସମ୍ମାନିତ ଅତିଥିଭାବେ ଏ ବି ଇ ଓ / ବି ଆର ସି ସି ପ୍ରଶାନ୍ତ କୁମାର ଜେନା, ଏ ବି ଇ ଓ କୁମାର ପାତ୍ର, ରେବେଣାନୂଆଗାଁ ସରକାରୀ ଉଚ୍ଚ ଇଂରାଜୀ ବିଦ୍ୟାଳୟ ପ୍ରଧାନଶିକ୍ଷକ ରାମଚନ୍ଦ୍ର ମିଶ୍ର, ସ୍ଥାନୀୟ ସରପଞ୍ଚ ଜୋତ୍ସ୍ନାରାଣୀ ଜଗଦେବ, ସଭାପତି ଆଡଭୋକେଟ ପୂର୍ଣଚନ୍ଦ୍ର ସାହୁ, ବିଜୟ କୁମାର ସାମନ୍ତରାୟ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ, ସାହିତ୍ୟିକ, ଐତିହାସିକ, ଗବେଷକ, ଗୀତିକାର, କବି ଭିକାରୀ ଚରଣ ଜେନା ଯୋଗଦେଇ କୁନି ବୈଜ୍ଞାନିକ ମାନଙ୍କ ପ୍ରଦର୍ଶନୀ ଦେଖିବା ସହିତ ଶତାଧିକ ପ୍ରକଳ୍ପ ନେଇ ଆସିଥିବା ବାଳ ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ l ପରେପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହିତ କୃତି ପ୍ରତିଯୋଗୀ ମାନଙ୍କୁ ସମ୍ମାନିତ କରାଯାଇ ଜିଲ୍ଲାସ୍ତରୀୟ ବିଜ୍ଞାନମେଳାରେ ଯୋଗଦେବା ପାଇଁ ପ୍ରସ୍ତୁତ ରହିବାକୁ ସୂଚାଇ ଦିଆଯାଇଥିଲା l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed