March 13, 2026

ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବିଧାନ ଦିବସ ପାଳିତ।

IMG-20231126-WA0015
Share

ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବିଧାନ ଦିବସ ପାଳିତ।

ପାରଳାଖେମୁଣ୍ଡି:୨୬/୧୧ (ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଆଜି ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ର ସଭାପତି ଶ୍ରୀ ଯୁକ୍ତ ଶରତ ପଟ୍ଟନାୟକ, ଓଡ଼ିଶା ର ପ୍ରତ୍ୟେକ ଜିଲ୍ଲା ରେ ବ୍ଲକ କଂଗ୍ରେସ କମିଟି ଏବଂ ନଗର କଂଗ୍ରେସ କମିଟି ପକ୍ଷରୁ ଏହି ଦିବସକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସଭାପତି ଙ୍କ ନିର୍ଦ୍ଦେଶକ୍ରମେ ଆଜି ଏହି କାର୍ଯ୍ୟକ୍ରମ ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ପାଳିତ ହୋଇଯାଇଛି। ଏଥିରେ ମଧ୍ୟ ଗୋଟିଏ ବିଷୟରେ ଆଲୋଚନା ପାଠ ହୋଇଛି ତାହା”ସଂପ୍ରତି ଆମ ସମ୍ବିଧାନ ସୁରକ୍ଷିତ କି”?ର ବିଷୟ ରଖିଥିଲେ। ସେ ବିଷୟରେ ଆଜିର ଦେଶରେ ସମ୍ବିଧାନର ବ୍ୟବସ୍ଥା ଆଲୋଚନା ସମାଲୋଚନା କରାଯାଇଥିଲା।ଆଜି ର ଏହି ଅବସରରେ କଂଗ୍ରେସ କାର୍ଯ୍ୟାଳୟ ରେ ସର୍ବପ୍ରଥମେ ବି.ଆର.ଆମ୍ବେଦକରଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଉଥିଲା ଏହା ପରେ ଆଲୋଚନା ଚକ୍ର କରିବା କାର୍ଯ୍ୟକ୍ରମ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ଜୁବ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର, ପୂର୍ବତନ ପୈରାଧକ୍ଷ ଅଭିମନ୍ୟୁ ପଣ୍ଡା,ପୂର୍ବତନ କାଉନସିଲର ବିଷ୍ଣୁ ପାଢି,,ଉପ ସଭାପତି ଯୁବ କଂଗ୍ରେସ, ଜସ୍ମିନ ସାହିକ ରଫି ,ରାଜା ପାତ୍ର,ଜୁବ କଂଗ୍ରେସ, ପ୍ରମୁଖ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମ କୁ ନଗର କଂଗ୍ରେସ୍ କମିଟି ସଭାପତି ବସନ୍ତ କୁମାର ପଣ୍ଡା ଙ୍କ ଦ୍ଵାରା ପରିଚାଳନା ହୋଇଥିଲା