October 5, 2024

ଜିଲ୍ଲା ସ୍ତରୀୟ ଡମ୍ ସମାଜ ର ଦିଆଲି ଭେଟ୍ ଘାଟ୍

Share

ଜିଲ୍ଲା ସ୍ତରୀୟ ଡମ୍ ସମାଜ ର ଦିଆଲି ଭେଟ୍ ଘାଟ୍

କୋରାପୁଟ ଜ଼ିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ସ୍ତରୀୟ ଡମ ସମାଜ ର ଦିଆଳି ଭେଟ ଘାଟ RTO ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି |
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଜିଲ୍ଲା ଯୋଜନା ବର୍ଡର ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ଶ୍ରୀ ରଘୁରାମ ପଢାଲ ଓ ମୁଖ୍ୟବକ୍ତାଭାବେ ଦେଶିଆ ପତ୍ରିକା ର ସଂପାଦକ ଶ୍ରୀ ରଞ୍ଜନ ମହୁରିଆ ଯୋଗଦେଇ ଡମ୍ ସମାଜ ର ଇତିହାସ, ଶିକ୍ଷା,ସ୍ବାସ୍ଥ୍ୟ, ସଂସ୍କୃତି ଇତ୍ୟାଦି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ |
କୋରାପୁଟ ଡମ୍ ସମାଜର ନେତ୍ରୁତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃଷ୍ଣ କୁଲଦୀପ. ଅର୍ଜୁନ ବାଙ୍କା. ଜଗଦୀଶ ଖୋସଲା. ନିମାଇଁ ସରକାରଙ୍କ ସମେତ ୧୪ଟି ବ୍ଲକର ପ୍ରତିନିଧି ସହ ୨୦୦୦ (ଦୁଇହଜାର) ରୁ ଉର୍ଦ୍ଧ ଡମ୍ ସମାଜ ର ଭାଇଭଉଣୀ ଯୋଗ ଦେଇଥିଲେ |କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I