March 13, 2026
IMG-20231126-WA0004
Share

ସାମ୍ବାଦିକଙ୍କ ପିତୃ ବିୟୋଗ

ଉଲୁଣ୍ଡା – ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଦୁର୍ଜନତୈଲା ପଞ୍ଚାୟତ ଅନ୍ତର୍ଗତ ମସିଣାପାଲି ଗ୍ରାମର ଯୁବ ସାମ୍ବାଦିକ ତଥା ଦୈନିକ ଖବରକାଗଜ ‘ଆରୋପ’ର ବୀରମହାରାଜପୁର ପ୍ରତିନିଧି ପ୍ରେମାନନ୍ଦ ନାଏକଙ୍କ ପିତା ମକୁନ୍ଦ ନାଏକଙ୍କ ୬୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଗତକାଲି ତାଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ରାତି ୧୨ଟା ୪୦ ମିନିଟରେ ତାଙ୍କର ପରଲୋକ ହୋଇଥିଲା। ଗ୍ରାମ ନିକଟସ୍ଥ ହରିହର ଯୋର ମଶାଣିରେ ତାଙ୍କର ଶବ ସତ୍କାର କରାଯାଇଥିବାବେଳେ ସାନପୁଅ ଘନଶ୍ୟାମ ନାଏକ ମୁଖାଗ୍ନି ଦେଇଥିବା ବଡ଼ପୁଅ ପ୍ରେମାନନ୍ଦ ଙ୍କ ସହ ଗ୍ରାମବାସୀ,ସମ୍ପର୍କିୟ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ। କିଛିଦିନ ତଳେ ସେ ଅସୁସ୍ଥ ଅନୁଭବ କରିବାରୁ ସେ ବୁର୍ଲା ଡ଼ାକ୍ତରଖାନାରେ ଚିକିତ୍ସିତ ହେବାପରେ ସୁସ୍ଥ ହୋଇ ଫେରିଥିଲେ । ତେବେ ଗତକାଲି ପୁଣି ସେ ଅସୁସ୍ଥ ହେବାରୁ ତାଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଜଣେ ଧର୍ମ ପରାୟଣ ବ୍ୟକ୍ତି ହିସାବରେ ବେଶ ପରିଚିତ ଥିଲେ ।ଏ ଖବର ପ୍ରସାରିତ ହେବେ ପରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି l