October 5, 2024

ବିବାହିତ ପୁରୁଷଙ୍କୁ ପ୍ରେମ କରି ୩୧ ଖଣ୍ଡ ହେଲେ ଯୁବତୀ —-

Share

ବିବାହିତ ପୁରୁଷଙ୍କୁ ପ୍ରେମ କରି ୩୧ ଖଣ୍ଡ ହେଲେ ଯୁବତୀ —-

ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍ ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ

ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଗୋନା ପଞ୍ଚାୟତର ମୁରମଡିହି ଜଙ୍ଗଲରେ ରାଇଘର ବାଗବେଡ଼ା ଗ୍ରାମର ତିଲା ଗଣ୍ଡଙ୍କ ଶବ ଉଦ୍ଧାର, ଜଙ୍ଗଲ ପାଖରେ ଥିବା ଗଛ ଓ ଜମିରେ ରକ୍ତ ଛିଟା ପଡି ଥିବା ଯୋଗୁଁ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି, ରାଇଘର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ଦେଖିବାକୁ ମିଳିଛି । ସାଇଣ୍ଟଫିକ ଟିମ ପହଞ୍ଚି ଶବକୁ ଖୋଳି ବାହାର କରି ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି । ଅନ୍ୟ ପଟେ ମୁରୁମଡିହି ଗ୍ରାମର ଚନ୍ଦ୍ର ରାଉତ ଓ ତାଙ୍କ ସ୍ତ୍ରୀ ଙ୍କୁ ସନ୍ଦେହରେ ଅଟକ ରଖିଛି ରାଇଘର ପୋଲିସ। ଘଟଣାରୁ ସନ୍ଦେହରେ ଚନ୍ଦ୍ର ରାଉତଙ୍କ ସହିତ ମୃତ ତିଲାବତୀ ଗଣ୍ଡଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଘଟଣା ପରେ ଚନ୍ଦ୍ର ରାଉତ ଙ୍କ ଘରେ ଅଶାନ୍ତି ଆରମ୍ଭ ହୋଇଥିଲା। ଏହି ଘଟଣା ପରେ ଚନ୍ଦ୍ର ଏବଂ ତାଙ୍କ ସ୍ତ୍ରୀ ତିଲାବତୀ ଙ୍କୁ ଏଇ ପୃଥିବୀ ରୁ ହଟାଇବା ପାଇ ଯୋଜନା କରିବା ସହିତ ତିଲାବତୀ ଙ୍କୁ ମାରିବା ସହିତ ତିଲାବତୀ ଙ୍କର ମୃତ ଶରୀରକୁ ୩୧ ଖଣ୍ଡ କରି ଜଙ୍ଗଲ ଭିତରେ ପୋତି ଦେଇଥିଲା ଚନ୍ଦ୍ର।