October 5, 2024

ସକାଳର ଖବର, ୨୬-ନଭେମ୍ବର-୨୦୨୩, ରବିବାର

Share

*╭─────────────────────╮*
*🌄ସକାଳର ଖବର, ୨୬-ନଭେମ୍ବର-୨୦୨୩, ରବିବାର*
*╰─────────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଆଜି ମହା ପଞ୍ଚକ ବ୍ରତର ତୃତୀୟ ଦିନ, ଶ୍ରୀମନ୍ଦିରେ ତ୍ରିବିକ୍ରମ ବେଶରେ ଦର୍ଶନ ଦେବେ ମହାପ୍ରଭୁ l

➡️୨-ଶିମିଳିପାଳ ମଧ୍ୟରେ ରହିଥିବା ୩ ଟି ଗ୍ରାମପଞ୍ଚାୟତର ଅଧିବାସୀ ମାନେ ୫ ଦଫା ଦାବି ପୂରଣ ପାଇଁ କାଡିକୁ କଲେ ରାସ୍ତା ଅବରୋଧ l ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ବନ୍ଦ ଘୋଷଣା କଲେ କ୍ଷେତ୍ର ନିର୍ଦେଶକ l

➡️୩-ଆସନ୍ତା ୨୮ତାରିଖରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ହେବ ଲେଜର୍ ସ୍କାନିଂ, ଏନେଇ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦେଲେ ସୂଚନା।

➡️୪-ରାୟଗଡ଼ା ଜିଲ୍ଲାରେ ଆରମ୍ଭ ହେଲା ଲକ୍ଷ୍ମୀ ବସ୍‌ ଯୋଜନା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ସେବାକୁ କଲେ ଶୁଭାରମ୍ଭ l ଜିଲ୍ଲାରେ ୫୨ଟି ବସ୍‌ ଚଳାଚଳ କରିବ ଏବଂ ସମସ୍ତ ୧୮୨ଟି ପଞ୍ଚାୟତରେ ସେବା ଯୋଗାଇବ।

➡️୫-ଆଜି ଆସୁଛନ୍ତି ରାଷ୍ଟ୍ରପତି ମହାମହିମ, ଆସନ୍ତାକାଲି ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମର କରିବେ ଉଦ୍‌ଘାଟନ l

➡️୬-ରେଭେନ୍ଶା ବିଶ୍ବବିଦ୍ୟାଳୟକୁ ୩.୫୮ ପଏଣ୍ଟ ସହ ନାକ୍‌ ପକ୍ଷରୁ ମିଳିଲା ‘A++’ ଗ୍ରେଡ୍‌ ମାନ୍ୟତା ।

➡️୭-ସଂସଦର ଶୀତ ଅଧିବେଶନ ପୂର୍ବରୁ ଡିସେମ୍ବର୨ରେ ସର୍ବଦଳୀୟ ବୈଠକ ଡାକିଲେ ସରକାର l

➡️୮-ଭୁବନେଶ୍ୱର ଲୋୟର ପିଏମଜିରେ ଭାଙ୍ଗିଲେ ପ୍ରଯୋଜିକା ସନଲିସା ଚଳାଇଥିବା ଆମରଣ ଅନଶନ l ଜୁସ୍ ପିଆଇ ଅନଶନ ଭାଙ୍ଗିଲେ କୁନା ତ୍ରିପାଠୀ ।

➡️୯-ଏଣିକି ବିଧାନସଭାକୁ ମୋବାଇଲ ନେଇପାରିବେନି ବିଧାୟକ, ଲାଗିଲା ପ୍ରତିବନ୍ଧକ l

➡️୧୦-ନଭେମ୍ବର ୨୯ରେ ବିବାହ କରିବେ ବଲିଉଡର ଲୋକପ୍ରିୟ ଅଭିନେତା ରଣଦୀପ ହୁଡ୍ଡା, ମଣିପୁରରେ ହେବ ବିବାହ l

➡️୧୧-ଆଜି ଉଦଘାଟିତ ହେବ ପାରାଦ୍ୱୀପ କଳିଙ୍ଗ ବାଲିଯାତ୍ରା, ଚଳିତ ବର୍ଷ ଥାଇଲାଣ୍ଡ, ଆସାମ ର କଳାକାର ମାନଙ୍କ ସହ ରାଜ୍ୟର ନାମୀ ଦାମୀ କଳାକାର ଏହି ମଞ୍ଚରେ ସେମାନଙ୍କର କଳା ନୈପୁଣ୍ୟ ପ୍ରଦର୍ଶନ କରିବାର ସୁଯୋଗ ପାଇବେ l

➡️୧୨-RBI ନେଲା ବଡ଼ ଆକ୍ସନ: Bank Of Baroda ସମେତ ୩ ବ୍ୟାଙ୍କ ଉପରେ ୧୦ କୋଟି କଲା ଜରିମାନା l

➡️୧୩-ମେଡ୍‌ ଇନ୍‌ ଇଣ୍ଡିଆ ସଭିଙ୍କ ପସନ୍ଦ, ୯ ବର୍ଷ ମଧ୍ୟରେ ୨୦ ଗୁଣା ବଢିଲା ଭାରତରେ ମୋବାଇଲ୍ ଉତ୍ପାଦନ l

➡️୧୪-ହିଂସା ମଧ୍ୟରେ ସରିଲା ରାଜସ୍ଥାନରେ ମତଦାନ, ୬୮ ପ୍ରତିଶତରୁ ଅଧିକ ହେଲା ଭୋଟିଂ l

➡️୧୫-ଓଡିଶାରେ ମହାରାଷ୍ଟ୍ରର ମହାବଳ । ଗଜପତିର ଅଳାଁବର ଜଙ୍ଗଲରେ ଆତଙ୍କ । ଗାଈଗୋରୁ ମାରି ଖାଉଛି ବାଘ l

➡️୧୬-ପ୍ରାୟ ୩୫ କୋଟି ଟଙ୍କା ଖର୍ଚ୍ଚ କରି ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଲାହୋରରେ ହେବ କୃତ୍ରିମ ବର୍ଷା, ସରକାର କଲେ ଯୋଜନା l

➡️୧୭-ଯୁଦ୍ଧ ବିରତି ଚୁକ୍ତି ସଫଳ! ଇସ୍ରାଏଲ ପଣବନ୍ଦୀଙ୍କୁ ଛାଡୁଛି ହମାସ । ସେପଟେ ପାଲେଷ୍ଟାଇନ ପଣବନ୍ଦୀଙ୍କୁ ମୁକ୍ତ କରୁଛି ଇସ୍ରାଏଲ l

➡️୧୮-ଆଜି ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ T-20ରେ ଦାଉ ସାଜିପାରେ ବର୍ଷା, ଗତକାଲି ବର୍ଷା ଯୋଗୁ ଗ୍ରୀନ୍‌ଫିଲ୍ଡ ଷ୍ଟାଡିୟମ ଜଳମୟ l

➡️୧୯-ଗୁଜରାଟ ଟାଇଟନ୍ସ ଠାରୁ ହାର୍ଦ୍ଦିକ୍‌ଙ୍କୁ ୧୫ କୋଟି ଟଙ୍କାରେ କିଣିପାରେ ମୁମ୍ବାଇ ଇଣ୍ଡିଆନ୍ସ l

➡️୨୦-ଆସନ୍ତା ଡିସେମ୍ବର ୧୦ ତାରିଖରେ ପୁଣିଥରେ ଦେଖିବାକୁ ମିଳିବ ମହାସମର । ପୁଣିଥରେ କ୍ରିକେଟ ମଇଦାନରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ । ୟୁଏଇରେ ଖେଳାଯିବାକୁ ଥିବା ଅଣ୍ଡର ୧୯ ଏସିଆ କପ୍ ୨୦୨୩ରେ ଭାରତ-ପାକିସ୍ତାନ ମଧ୍ୟରେ ଏହି ମ୍ୟାଚ ଅନୁଷ୍ଠିତ ହେବ ।