ବରପାଲି ଅଞ୍ଚଳବାସିଙ୍କ ବହୁ ବର୍ଷର ଦାବି ପୂରଣ ହେବ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ
ବରପାଲି – (ସୁଦାମ ଦୀପ) ବରଗଡ ଜିଲ୍ଲା ବରପାଲି ଅଞ୍ଚଳବାସୀଙ୍କ ଦୀର୍ଘ ବର୍ଷ ର ଦାବି ପୂରଣ ହେବାକୁ ଯାଉଛି l ବରପାଲିରୁ କୁମ୍ଭାରୀ ଯାଉଥିବା ରାସ୍ତାରେ ବୁରୋଗାଡ ନଦୀ ଉପରେ ପ୍ରାୟ ୨୮ କୋଟି ଟଙ୍କା ବ୍ୟୟରେ ଏକ ହାଇ ଲେଭେଲ ବ୍ରିଜ ନିର୍ମାଣ ହେବା ପାଇଁ ମଞ୍ଜୁର ହୋଇଛି l ଏହି ପ୍ରକଳ୍ପ ଅଂଚଳର ଯୋଗାଯୋଗ କରୁଥିବା ବ୍ୟବସ୍ଥା ସୁଦୃଢ଼ କରିବା ସହ ଯାତାୟାତ ସମସ୍ୟା ର ସମାଧାନ ଦିଗରେ ଏକ ଗୁରୁତତ୍ୱପୂର୍ଣ ପଦକ୍ଷେପ ହେବ ବୋଲି ଅଞ୍ଚଳବାସି ଆଶା ପ୍ରକାଶ କରିଛନ୍ତି l ବର୍ଷା ସମୟରେ ଜଳସ୍ତର ବୃଦ୍ଧି ପାଇବାରେ ଯାତାୟତରେ ବାଧା ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ଦୂର ହେବା ସହ ଅଞ୍ଚଳବାସିଙ୍କ ଆଶ୍ୱସ୍ତି ମିଳିବା ସହ ଦୈନଦିନ ଯାତାୟାତ ଅଧିକ ସୁଗମ ହେବ ବୋଲି ଆଶା କରାଯାଉଛି l ବ୍ରିଜ ନିର୍ମାଣ ହେଲେ ଛାତ୍ର, ଛାତ୍ରୀ, ବ୍ୟବସାୟୀ, ସାଧାରଣ ଲୋକଙ୍କ ଯାତାୟତରେ ସୁବିଧା ହେବା ସହ ଅଞ୍ଚଳ ଆର୍ଥିକ ଓ ସାମାଜିକ ବିକାଶ କୁ ମଧ୍ୟ ଗତି ମିଳିବାଏହି ଖବର ପ୍ରସାରିତ ହେବା ପରେ ବିଶେଷ କରି ବରପାଲି, କୁମ୍ଭାରି, ରେମତା ଓ ଏହାର ଆଖପାଖ ଅଞ୍ଚଳରେ ଖୁସିର ଦେଖିବାକୁ ମିଳୁଛି l ଅଞ୍ଚଳ ବାସି ଖୁସି ପ୍ରକାଶ କରିବା ସହ ବିଜେପୁର ବିଧାୟକ ସନତ କୁମାର ଗଡତିଆ ଏବଂ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି l ପ୍ରାଣନାଥ ପ୍ରଧାନ, ନାରାୟଣ ଭୋଇ, ନୀଳମଣି ବରିହା, ଶଙ୍କର ମଲ୍ଲିକ, ଧ୍ରୁବ ଚରଣ ସାହୁ, ରମେଶ ମାଝୀ, ପ୍ରମୁଖ ବିଧାୟକ ଙ୍କୁ ଧନ୍ୟବାଦ ଜଣାଇଛନ୍ତି l ଉକ୍ତ ବ୍ରିଜ୍ ନନିର୍ମାଣ ଶୀଘ୍ର ଆରମ୍ଭ କରି ସମୟ ସିମା ମଧ୍ଯରେ ଶେଷ ହେଲେ ବରପାଲି ଅଞ୍ଚଳର ବିକାଶର ନୂତନ ଅଧ୍ୟାୟ ଯୋଡ଼ି ହେବ ବୋଲି ମତ ପ୍ରକାଶ ପାଇଛି l
