October 26, 2026

କୃଷ୍ଣପ୍ରସାଦ ବ୍ଲକ କଂଗ୍ରେସ ପକ୍ଷରୁ ଆଜି ଭୋଟ ବଚାଓ, ଦେଶ ବଚାଓ ନାରାରେ କମ୍ପିଲା ସାତପଡ଼ା ପୁରୀ ମୁଖ୍ୟ ରାସ୍ତା ।

IMG-20261026-WA0031
Share

 ଭୋଟରଙ୍କ ଅଧିକାର ଓ ଗଣତନ୍ତ୍ରର ସୁରକ୍ଷା ଦାବିରେ କୃଷ୍ଣପ୍ରସାଦ କଂଗ୍ରେସ ପକ୍ଷରୁ ଏକ ପ୍ରତିବାଦ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସାତପଡ଼ା ଛକରୁ ବାହାରିଥିବା ଏହି ଶୋଭାଯାତ୍ରା ଯଦୁପୁର ଠାରେ ପହଞ୍ଚିଥିଲା। ସେଠାରେ ସମ୍ବିଧାନର ଧାରା ୩୨୬ ପାଠ ସହ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରି ପ୍ରତିବାଦ ଜଣାଇଥିଲେ ଆନ୍ଦୋଳନକାରୀ।

ଭୋଟରଙ୍କ ଅଧିକାରର ସୁରକ୍ଷା ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦାବିରେ ପୁରୀରେ କଂଗ୍ରେସର ପ୍ରତିବାଦ। “ଭୋଟ ବଚାଓ, ଦେଶ ବଚାଓ” ସ୍ଲୋଗାନ ଦେଇଥିଲେ l ଏହାପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରି ପ୍ରତିବାଦ କରିଥିଲେ ଶତାଧିକ କଂଗ୍ରେସ କର୍ମୀ ।

ଏହି ପ୍ରତିବାଦ ମାଧ୍ୟମରେ ଭୋଟରଙ୍କ ମତଦାନ ଅଧିକାରର ସୁରକ୍ଷା ଏବଂ ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ପୁରୀ କୃଷ୍ଣପ୍ରସାଦ ବ୍ଲକ କଂଗ୍ରେସ ପକ୍ଷରୁ ଆୟୋଜିତ ଏହି ପ୍ରତିବାଦ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ କୃଷ୍ଣପ୍ରସାଦ ବ୍ଲକ ସଭାପତି କିଶୋର ମହାନ୍ତି ଏବଂ ସାତପଡ଼ା ଜୋନ ସଭାପତି ଦିପକ ସୁନ୍ଦରାୟ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed