November 15, 2024

ହେନ୍ତାଳ ବଣ ପାଇଁ କମିଲା ବାତ୍ୟା କ୍ଷୟକ୍ଷତି ..

Share

*ହେନ୍ତାଳ ବଣ ପାଇଁ କମିଲା ବାତ୍ୟା କ୍ଷୟକ୍ଷତି । ଏହି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ । ଭିତରକନିକା ହବାଳିଖଟି ନିକଟରେ ବାତ୍ୟାଟି ଲ୍ୟାଣ୍ଡଫଲ ହୋଇଥିଲେ ବି ସେଠାରେ ଥିବା ହେନ୍ତାଳବଣ ସୁରକ୍ଷା କବଚ ପାଲଟିଥିଲା ବୋଲି କହିଛନ୍ତି ପିସିସିଏଫ୍ । ଭିତରକନିକା ଜାତୀୟ ଉଦ୍ୟାନରେ ବିଶେଷ କ୍ଷତି ହୋଇ ନାହିଁ ।*

 

*ଜୀବଜନ୍ତୁ ସୁରକ୍ଷିତ ରହିଛନ୍ତି । ଏପରିକି କୋର୍ ଏରିଆରେ ଥିବା କୁମ୍ଭୀର ମାନେ ବି ସୁରକ୍ଷିତ ଅଛନ୍ତି । ବାତ୍ୟାବେଳେ ଉଚ୍ଚସ୍ଥାନକୁ ପଳାଇ ଯାଇଥିବାରୁ ସୁରକ୍ଷିତ ଅଛନ୍ତି ହରିଣ । ହେନ୍ତାଳ ବଣ ପାଇଁ କ୍ଷୟକ୍ଷତି ଅନେକାଂଶରେ କମିଥିବା ବେଳେ ଆହୁରି ଅଧିକ ହେନ୍ତାଳ ବଣ ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ।*

 

*ସେପଟେ ଦାନା ପ୍ରଭାବରେ ରାଜ୍ୟରେ ବ୍ୟାପକ ଫସଲ ହାନୀ ହୋଇଛି । ୨ ଲକ୍ଷ ୮୦ ହଜାର ଏକର ଜମି ପାଣିରେ ବୁଡ଼ି ରହିଛି । ପ୍ରାଥମିକ ଆକଳନ ଅନୁସାରେ, ୧ ଲକ୍ଷ ୭୫ ହଜାର ଏକର ଜମିରେ କ୍ଷତିଗ୍ରସ୍ତ ହୋଇଛି ଫସଲ । ରାଜ୍ୟରେ ହୋଇଥିବା ଏହି ଫସଲ କ୍ଷୟକ୍ଷତିର ଆକଳନ କୃଷି ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ଭାବେ କରାଯିବ ।ଏଥିପାଇଁ ଟିମ୍ ଗଠନ କରାଯାଇଛି । ଏହି ସୂଚନା ଦେଇଛନ୍ତି କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢୀ । ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ତତ୍ତ୍ୱାବଧାନରେ ଟିମ୍ ଅନୁଧ୍ୟାନ କରିବ ।*