June 29, 2024

ଦୁର୍ଗା ପୂଜା ଓ ଲକ୍ଷ୍ମୀ ପୂଜା ନେଇ ଅସ୍ତରଙ୍ଗ ଉତ୍ସବ ମୁଖର ।

Share

ଦୁର୍ଗା ପୂଜା ଓ ଲକ୍ଷ୍ମୀ ପୂଜା ନେଇ ଅସ୍ତରଙ୍ଗ ଉତ୍ସବ ମୁଖର ।ଦୁର୍ଗା ପୂଜା ଓ ଲକ୍ଷ୍ମୀ ପୂଜା ନେଇ ଅସ୍ତରଙ୍ଗ ଉତ୍ସବ ମୁଖର । 
ଅସ୍ତରଙ୍ଗ,,ପୁରୀ ଜିଲ୍ଲା ର ଉପାନ୍ତ ବ୍ଲକ ଅସ୍ତରଙ୍ଗ ବ୍ଲକ ର ମୁଖ୍ୟ ବଜାର ରେ ଲାଗି ରହିଛି ଅସମ୍ଭବ ଭିଡ଼ । ଦୁର୍ଗା କ୍ଲବ ଦ୍ବାରା ଅନୁଷ୍ଠିତ ହୋଇଥିବା ଦୁର୍ଗା ପୂଜା ସାଙ୍ଗକୁ ଧଉଳି ଓ ସ୍ୱପ୍ନ ମହଲ ର ଆଠ ଦିନ ଧରି ନାଟକ ପରିବେଷଣ ଶହ ମୀନା ବଜାର ଦର୍ଶକ ତଥା ଭକ୍ତ ମାନଙ୍କୁ ବେଶେଶ ଭାବେ ଆକର୍ଷିତ କରିଅଛି । ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳ ବାସୀ ଙ୍କର ଏହି ପୂଜା ସବୁଠାରୁ ବଡ ପୂଜା ହୋଇ ଥିବାରୁ ମା ଙ୍କୁ ଦର୍ଶନ ନିମନ୍ତେ ଦିନ ଦର୍ଶନ ଯାହା ସନ୍ଧ୍ୟା ସମୟରେ ସହ ସହ ପରିବାର ତାଙ୍କ ପିଲା ପିଲିଙ୍କି ଧରି ମା ଦୁର୍ଗା ଦେବୀ ଙ୍କୁ ଦର୍ଶନ କରିବା ଓ ମୀନ ବଜାର ବୁଲି ଝୁଲା ଦୋଳିରେ ବସି ମଜା ନେବା ଆଦି ଜନତାଙ୍କୁ ବହୁ ଆକର୍ଷିତ କରିଅଛି।ଦଶମୀ ତିଥିରେ ଦେବୀଙ୍କର ଅପରାଜିତା ପୂଜା ସହ ଷୋଡଶ ଉପଚାର ପୂଜା ପରେ ଦେବୀଙ୍କୁ ସ୍ନାନ କରାଯାଇ ଅଛି ବୋଲି ପୂଜକ କ୍ଷେତ୍ରବାସୀ ପଣ୍ଡା ପ୍ରକାଶ କରି ଛନ୍ତି । ଦୁର୍ଗା କ୍ଲବ ସଭାପତି ଶ୍ରୀ ଦିବ୍ୟଦର୍ଶି ବିଶ୍ଵାଳ ଙ୍କ ସମେତ କ୍ଲବ ର ସଭ୍ୟ ମାନଙ୍କ ସହ ଯୋଗରେ ସବୁ କାର୍ଯ୍ୟ ଶାନ୍ତି ଶୃଙ୍ଖଲାରେ ଶେଷ ହେବ ବୋଲି କ୍ଲବ ର ସଭାପତି ଶ୍ରୀ ବିଶ୍ଵାଳ ପ୍ରକାଶ କରିଛନ୍ତି
ଅନ୍ୟ ପକ୍ଷରେ,ଅସ୍ତରଙ୍ଗ ବଜାର ର ଅନ୍ୟଏକ ସଂଗଠନ ଲକ୍ଷ୍ମୀ କ୍ଲବ ତରଫରୁ ଅନୁଷ୍ଠିତ ହେବାକୁ ଥିବା ଗଜଲକ୍ଷ୍ମୀ ପୂଜା ସହ, ସାତ ଦିନ ଧରି ମୁକ୍ତାକାଶ ନାଟକ ପ୍ରତିଯୋଗିତା ର ପ୍ରସ୍ତୁତି କାର୍ଯ୍ୟ ଜୋର ସୋର ଆଗେଇ ଚାଲିଛି ବୋଲି କ୍ଲବ ସୂତ୍ରରୁ ଜଣା ପଡ଼ିଛି । ଏହି ବ୍ଲକ ଅଧିନ ନଇଗୁଆଁ ଗ୍ରାମ ବାସୀଙ୍କ ତରଫରୁ ଦଶହରା ଦିବସରେ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ରାବଣ ପୋଡ଼ି ଉତ୍ସଵ ସମାପନ ହୋଇଯାଇ ଅଛି ।                                                                                                                          ଦୁଃଶାସନ ନାୟକ,ଅସ୍ତରଙ୍ଗ