June 29, 2024

ସତୀଶ ପାତ୍ରଙ୍କ ବିୟୋଗରେ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ମହାସଂଘର ଶୋକ

Share

ସତୀଶ ପାତ୍ରଙ୍କ ବିୟୋଗରେ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ମହାସଂଘର ଶୋକ

ବ୍ରହ୍ମପୁର —ସମାଜସେବୀ ତଥା ବ୍ରହ୍ମପୁର ସହରର ଜଣେ ଜଣାଶୁଣା ବ୍ୟକ୍ତିତ୍ଵ ଉତ୍କଳ ପ୍ରସଙ୍ଗର ସମ୍ପାଦକ ସତୀଶ ପାତ୍ରଙ୍କ ବିୟୋଗରେ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ମହାସଂଘ ସଭାପତି ରବି ରଥ ଗଭୀର ଶୋକ ପ୍ରକାଶ କରିବା ସହ ବ୍ରହ୍ମପୁର ସହର ଜଣେ ବରିଷ୍ଠ ରାଜନେତାଙ୍କୁ ହରାଇଲା ବୋଲି କହିଛନ୍ତି । ସ୍ଵର୍ଗତ ପାତ୍ର ସରକାରୀ ଚାକିରି ଛାଡ଼ି ରାମ ରାଜ୍ୟ ଓ ଜନତା ଦରବାର ନାମରେ ଦୁଇଟି ସମ୍ୱାଦପତ୍ର ପ୍ରକାଶ କରୁଥିଲେ ଏବଂ ସେ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ଓ ସ୍ଵାଧୀନ ଭାବେ ପ୍ରତିଦ୍ଵନ୍ଦିତା କରିଥିଲେ ଓ ଗଞ୍ଜାମ ଜିଲା ସାମ୍ୱାଦିକ ସଂଘର ଉପସଭାପତି ଥିଲେ। ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ଧର୍ମପରାୟଣ ବ୍ୟକ୍ତି ଭାବେ ବେଶ ପରିଚିତ ଥିଲେ । ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିଲା । ସେ କିଛିଦିନ ଜନତା ଦଳର କର୍ମକର୍ତ୍ତା ରହି ଆସିଥିଲେ । ଅମର ଆତ୍ମାର ସଦଗତି ପାଇଁ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ମହାସଂଘ ପକ୍ଷରୁ ନୀରବ ପ୍ରାର୍ଥନା କରାଯାଇ ଶୋକସନ୍ତପ୍ତ ପରିବାର ବର୍ଗ ପ୍ରତି ସମବେଦନା ଜ୍ଞାପନ କରାଯାଇଛି ।