September 26, 2026

ହରେକୃଷ୍ଣ ଙ୍କ ମନ୍ଦିର ପ୍ରାଙ୍ଗଣରେ ଭାଗବତ ଜନ୍ମୋତ୍ସବ ପାଳିତ

IMG-20260926-WA0038
Share

ତିର୍ତ୍ତୋଲ ତା 26/9/2026 ତିର୍ତ୍ତୋଲବ୍ଲକ, କନକପୁର ପଞ୍ଚାୟତ ଅଧିନ ତରାପୁର ସ୍ଥିତ ହରେକୃଷ୍ଣ ଙ୍କ ମନ୍ଦିରପ୍ରାଙ୍ଗଣରେ ଗତ ଶନିବାର ଦିନ ପୂର୍ବାହ୍ନରେ ଶ୍ରୀମଦ ଭାଗବତ ଙ୍କ ଜନ୍ମୋତ୍ସବ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଆଧ୍ୟାତ୍ମିକବାଦୀ ତଥା ଦରିଦ୍ରନାରାୟଣ ସେବାସଙ୍ଘ ର ପ୍ରତିଷ୍ଠାତା ସଭାପତି ଧୁନଚନ୍ଦ୍ର ସେନାପତି ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅତିବଡ଼ି ଜଗନ୍ନାଥଦାସ ଙ୍କ ବିରଚିତ, ନବାକ୍ଷରି ଓଡ଼ିଆ ଭାଗବତ ପାରାୟଣ, ପ୍ରବଚନ ସହିତ, ହରେକୃଷ୍ଣ ଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ଭକ୍ତିସଙ୍ଗୀତ ର ଆସର ଅନୁଷ୍ଠିତ ହୋଇଥିଲା l ଏଥିରେ ସ୍ୱତନ୍ତ୍ର

ନିମନ୍ତ୍ରିତ ଅତିଥି ଭାବେ, ରାଜ୍ୟ ନିଖିଳଉତ୍କଳ ଶିକ୍ଷକ ମହାସଂଘ ର ସଭାପତି ଅକ୍ଷୟ କୁମାର ଦାସ ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଆଲୋଚକ ଭାବେ ଯୋଗ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ନବୀନ କୁମାର ପ୍ରଧାନ, ଡଃ ସଚ୍ଚିଦାନନ୍ଦ ବେହେରା, ସେବାନିବୃତ ଶିକ୍ଷକ ବାବୁରାମ ଚୌଧୁରୀ, ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ଧ୍ରୁବଚରଣ ଦତ୍ତ, ନାରାୟଣ ପଣ୍ଡା, ଦିଗମ୍ବର ରାଉତ, କୁମରବର ସେନାପତି, ପ୍ରହଲ୍ଲାଦ ନାୟକ, ସରସ୍ବତୀ ଶିଶୁମନ୍ଦିରର ପ୍ରଧାନଆଚାର୍ଯ୍ୟ ଉମାକାନ୍ତ ସାହୁ, ରବୀନ୍ଦ୍ର ଚୌଧୁରୀ, ରାଜକିଶୋର ଦାଶ, ରବୀନ୍ଦ୍ରନାଥ ସିଂହ, ରାଜକିଶୋର ସେଠି, ଅନ୍ନଦା ବିଶ୍ୱାଳ, ବିଷ୍ଣୁଚରଣ ମୁଦୁଲି, ହାଡିବନ୍ଧୁ ବେହେରା ଓ ବୀରକିଶୋର ବାରିକ ପ୍ରମ୍ମୁଖ ଯୋଗଦେଇ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ l ତେବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ଲୋଚନମୋହିନୀ ସେନାପତି, ସୁଶାନ୍ତ କୁମାର ସେନାପତି, ପ୍ରଶାନ୍ତ କୁମାର ସେନାପତି, ରୀନା ସେନାପତି, ନମିତା ସେନାପତି, ଶିବବ୍ରତ ସାହୁ, ଡଲି ସାହୁ, ଅଂଶୁମାନ ସାହୁ, ସୁଜିତ ମିଶ୍ର, ନିନିମା ମିଶ୍ର, ଅଙ୍କିତା, ସାରଦା, ଚିଣ୍ଟୁ, ମନୋରଞ୍ଜନ ପଣ୍ଡା ଓ ଜ୍ଞାନରଞ୍ଜନ ନନ୍ଦ ଙ୍କ ସମେତ ଗ୍ରାମବାସୀ ମାନେ ପରିଚାଳନା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed