September 29, 2024

ଉମରକୋଟ ଠାରେ ସାହି ପୋଖରୀକୁ ସଫା କଲେ ଗଣଶିକ୍ଷା ମନ୍ତ୍ରୀ………..

Share

 

 

ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ) କେତେ ବେଳେ ଧାନ କାଟିବା ହେଉ କିମ୍ୱା ପୋଖରୀ ସଫା ହେଉ ସବୁ ବେଳେ ଚର୍ଚ୍ଚା ରେ ରହୁଥିବା ଗଣ ଶିକ୍ଷା ମନ୍ତ୍ରୀ ଆଜି ନିଜ ସାହି ର ପୋଖରୀ କୁ ସଫା କରି ଚର୍ଚ୍ଚା ର କେନ୍ଦ୍ର ପାଲଟି ଯାଇଛନ୍ତି। ଆଜି ସକାଳେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମର୍ଣିଂ ୱାକ ରେ ଯାଉଥିବା ବେଳେ ସେ ରହୁ ଥିବା ଉମରକୋଟ ଭାଲୁଗୁଡା ସାହି ର ପୋଖରୀ ଅପରିଷ୍କାର ହୋଇ ରହିଥିବା ତାଙ୍କ ନଜରକୁ ଆସିଥିଲା ଏବଂ ପରେ ସେ ନିଜେ ପ୍ରଥମେ ସେ କୋଡ଼ି ଧରି ପୋଖରୀକୁ ସଫା କରିବା ପାଇଁ ବାହାରି ଥିଲେ। ପୋଖରୀ ଚାରି ପାଖରେ ଉଠିଥିବା ଅନାବନା ଗଛକୁ ସଫା କରିବା ସହ ପାଣିରେ ପଡ଼ିଥିବା ଅଳିଆ ମଧ୍ୟ ସଫା କରିଛନ୍ତି। ଏହା ପରେ ସାହି ର କିଛି ଯୁବକ ମଧ୍ଯ ମନ୍ତ୍ରୀଙ୍କୁ ଏହି ସଫେଇ କାର୍ଯ୍ୟରେ ସହଯୋଗ କରିଥିଲେ। ଅନେକ ବ୍ୟସ୍ତତା ମଧ୍ୟରେ ମଧ୍ୟ କିଛି ସମୟ ବାହାର କରି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରିବା ସହ ସାହିର ପିଲାଙ୍କୁ ନେଇ ସଫେଇ କାର୍ଯ୍ୟ କରିଛି। ସେପଟେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଏହା ମୋର ଗୋଟିଏ ରୁଚି, ଦେଶର ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ମିଶନ କୁ ଏକ ମିଶନ ଭାବେ ପରିଣତ କରିବାକୁ ଯେଉଁ ଚେଷ୍ଟା କରିଛନ୍ତି ଓ ଅନେକ ସମୟରେ ପ୍ରଧାନମନ୍ତ୍ରୀ ନିଜେ ଝାଡୁ ଧରି ସଫେଇ କରନ୍ତି ଏହି ପରିପ୍ରେକ୍ଷୀରେ ମୁଁ କେବଳ ଲୋକଙ୍କୁ ଏକ ସଚେତନ ବାର୍ତ୍ତା ଦେଇଛି ବୋଲି କହିଛନ୍ତି ଏବଂ ସ୍ଵଚ୍ଛତା ହେଉଛି ମନୁଷ୍ୟର ଗୌରବ। ଏକ ସୁସ୍ଥ, ଆରୋଗ୍ୟ ସମାଜ ଗଠନ ପାଇଁ ସ୍ଵଚ୍ଛତା ରହିବା ଆବଶ୍ୟକ। ମନ୍ତ୍ରୀଙ୍କ ଏଭଳି କାମକୁ ସ୍ଥାନୀୟ ଲୋକେ ଖୁବ୍ ପ୍ରଶଂସା କରିଛନ୍ତି ।