November 26, 2024
Share

 

 

୧-କିଛି ଦିନ ଭିତରେ ଆଉ ୨୫ ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି। ମାର୍ଚ୍ଚ ୮ ପୂର୍ବରୁ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତି।

 

୨-୩ ନୂଆ କମିଟି ଗଡିଲା ବିଜେଡ଼ି,୬୦ ନେତାଙ୍କୁ ମିଳିଲା ଦାୟିତ୍ଵ।

 

୩-ଭୁବନେଶ୍ୱର:ITIରେ ଶିକ୍ଷାଦାନ ବ୍ୟାହତ, ଆନ୍ଦୋଳନରେ ଅତିଥି ପ୍ରଶିକ୍ଷକ।

 

୪-ବାଲିଅନ୍ତା: ଜବରଦଖଲ ଉଛେଦ,୯ ଘର ମାଟିରେ ମିଶିଲା।

 

୫-ଭୁବନେଶ୍ୱର:୩୬ ଓଏଏସ ଅଧିକାରୀଙ୍କୁ ବଦଳି କଲେ ରାଜ୍ୟ ସରକାର।

 

୬-ଲଘୁଚାପ ପ୍ରଭାବରେ ଆଗକୁ ଆସୁଛି ବଡ଼ ବର୍ଷା :ଦୁଇ ଦିନ ପ୍ରବଳ ଛେଚିବ।

 

୭-​ରାଜ୍ୟର ଭିତ୍ତିଭୂମି ଅନୁଧ୍ୟାନ ପାଇଁ ବିଶ୍ବବ୍ୟାଙ୍କ ଟିମ୍ ଓଡ଼ିଶା ଗସ୍ତରେ।

 

୮-ନିଲମ୍ବିତ ଭରତପୁର ଆଇଆଇସିଙ୍କ ହେବ ପଲିଗ୍ରାଫ ଟେଷ୍ଟ, ଏସଡିଜେଏମ୍ କୋର୍ଟରେ ହାଜର ହେଲେ ଦୀନକୃଷ୍ଣ।

 

୯-ଭୁବନେଶ୍ୱର:ରାଜ୍ୟ ସରକାର ୭ ଓଡ଼ିଶା ପୁଲିସ ସେବା(ଓପିଏସ) ଅଧିକାରୀଙ୍କୁ ଦେଲେ ପଦୋନ୍ନତି ।

 

୧୦-ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ରାଜ୍ୟର ୯୧ ଥାନାରେ ନାହିଁ CCTV।

 

୧୧-ରଘୁନାଥପୁର ଅଞ୍ଚଳରେ ମୋ ବସ ଧକ୍କାରେ ଜଣେ ମୃତ,ମୃତକ ପାରିକୁଦ ଅଞ୍ଚଳର ସୂଚନା।

 

୧୨-ଭୁବନେଶ୍ୱର:ଆନ୍ଦୋଳନରୁ ଓହରିଲେ କ୍ୟାପିଟାଲ ହସ୍ପିଟାଲ ସଫେଇ କର୍ମଚାରୀ।

 

୧୩-କଟକ ସଦର ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ପୁଲିସ କର୍ମଚାରୀଙ୍କ ଦୁର୍ବ୍ୟବହାର ଅଭିଯୋଗରେ ନିଲମ୍ବିତ।

 

୧୪-ଆରଡ଼ି:ଓଡ଼ିଶାରେ ବେଙ୍ଗାଲୁରୁ ହତ୍ୟାକାଣ୍ଡ ଅଭିଯୁକ୍ତର ଆତ୍ମହତ୍ୟା ! ମହିଳାଙ୍କୁ ମାରି ଫ୍ରିଜରେ ରଖିବା ଘଟଣାରେ ପୁଲିସର ସନ୍ଦେହଘେରରେ ଥିଲେ।

 

୧୫-ବଣାଇ:ଶେଷରେ କାବୁ ହେଲା ତୀର ମାରୁଥିବା ଯୁବକ, ୪ ଦିନ ହେଲା ସ୍କୁଲକୁ କବ୍‌ଜାରେ ରଖିଥିଲା।

 

୧୬-ରାଜ୍ୟ ମଧ୍ୟରେ ବିମାନ ଯୋଗେ ଭ୍ରମଣ କରିପାରିବେ ଓଡ଼ିଶା ସରକାରୀ ଅଧିକାରୀ, ବିଜ୍ଞପ୍ତି ଜାରି କଲେ ଅର୍ଥ ବିଭାଗ।

 

୧୭-ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ (ନଭେମ୍ବର ୧୬) ମୟୁରଭଞ୍ଜରେ ବନ୍ଦ ରହିବ ସ୍କୁଲ।

 

୧୮-ଆସାମ ଡାଉନ୍‍ ଟାଉନ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ୬୦ତମ ସମ୍ମାନସୂଚକ ଡକ୍ଟୋରେଟ୍‍ ପ୍ରଦାନ।

 

୧୯-ICC ଟେଷ୍ଟ ମାନ୍ୟତା:ଖସିଲେ କୋହଲି ଓ ରୋହିତ,ଶୀର୍ଷ ୧୦କୁ ଫେରିଲେ ପନ୍ତ୍।

 

୨୦-ଏସିଆ ପାଓ୍ବାର ଇଣ୍ଡେକ୍ସ: ଜାପାନକୁ ପଛରେ ପକାଇ ତୃତୀୟ ଶକ୍ତିଶାଳୀ ଦେଶ ପାଲଟିଲା ଭାରତ।

 

୨୧-ଦୀପାବଳି ପୂର୍ବରୁ ଦିଲ୍ଲୀ ସରକାରଙ୍କ ଉପହାର, ବଢ଼ିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ।

 

୨୨-ଶ୍ରୀନଗର: ଜାମ୍ମୁ- କାଶ୍ମୀରରେ ଦ୍ବିତୀୟ ପର୍ଯ୍ୟାୟରେ ହୋଇଛି ୫୬% ମତ ଦାନ।

 

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.