ଆଜିର ଖବର..
୧-ପୁଣି ଆସୁଛି ଆଉ ଏକ ଲଘୁଚାପ,ବଡ଼ ବର୍ଷା ନେଇ ଆକଳନ କଲା ପାଣିପାଗ ବିଭାଗ।ଉତ୍ତର ଏବଂ ଉପକୂଳ ଓଡିଶାରେ ଚାଷ ଜମି ଏବେ ପାଣି ଘେରରେ। ଓଡ଼ିଶାର ଭାତ ହାଣ୍ଡି କୁହାଯାଉଥିବା ବାଲେଶ୍ଵରର ସ୍ଥିତି ବେହାଲ।
୨-ଭୁବନେଶ୍ୱର:ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ।
୩-ମହାନଦୀରେ ଆସୁଛି ଛୋଟ ବନ୍ୟା,ଆଜି ମୁଣ୍ଡୁଳିରେ ବନ୍ୟା ଜଳ ୬.୭ ଲକ୍ଷ କ୍ୟୁସେକ ଛୁଇଁବ।
୪-ଆୟୁଷ୍ମାନ କାର୍ଡ ଅର୍ଥ ଉପରେ ନଜର, ଓଡ଼ିଶା ରୋଗୀ ଗୋଟାଉଛି ଆନ୍ଧ୍ର ଆମ୍ବୁଲାନ୍ସ।
୫-ଝାଡ଼ଖଣ୍ଡରେ ଓଡ଼ିଆ ବିଦ୍ୟାଳୟକୁ ଘୋର ଅବହେଳା,NALSAର ଦ୍ବାରସ୍ଥ ହେଲା ସର୍ବଭାରତୀୟ ଓଡ଼ିଆ ସମାଜ।
୬-କଣ୍ଟାବାଞ୍ଜି:ଥାନା ଅଧିକାରୀଙ୍କ ନାଁ ନେଇ ୮୭ ହଜାର ଟଙ୍କା ସାଇବର ଠକେଇ ଅଭିଯୋଗ।
୭-କଲେଜରେ ଲାଗୁ ହେଲା ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା, ପ୍ରଥମେ ୧୦ଟି କଲେଜରୁ ଆରମ୍ଭ।ଛାତ୍ରଛାତ୍ରୀଙ୍କ ପାଇଁ ସର୍ବନିମ୍ନ ୭୫% କ୍ଲାସ୍ ଉପସ୍ଥାନ ଆବଶ୍ୟକ।
୮-ସୁନ୍ଦରଗଡ଼, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରୁ ଆସିଛି ଦୁଃଖଦ ଖବର :ଏକାଦିନରେ ସାପ ନେଲା ୬ ଜୀବନ, ଅଜା-ନାତିଙ୍କ ପରେ ଭାଇ-ଭଉଣୀ।
୯-କେନ୍ଦ୍ରାପଡ଼ା ଜିଲ୍ଲା ନଈନାଳରେ ଅଘୋଷିତ କର୍ଫ୍ୟୁ: ପାଦ ବୁଡ଼ାଇଲେ ଟାଣି ନେଉଛି କୁମ୍ଭୀର!
୧୦-ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ ବିରେନ୍ଦ୍ର-କୋରକୋରା ଓ I&PR ବିଭାଗର ନିର୍ଦ୍ଦେଶକ ଭାବେ ସଞ୍ଜୟ କୁମାର ବିଶ୍ୱାଳଙ୍କୁ ମିଳିଲା ନିଯୁକ୍ତି।
୧୧-ପାହାଳ ମିଠା ବଜାରରେ BMCର ବଡ଼ ଚଢ଼ାଉ; ଟିମ୍ ପହଞ୍ଚିବା ପୂର୍ବରୁ ବନ୍ଦ ହେଇଗଲା ଶଟର୍
୧୨-KISS ବିଶ୍ୱବିଦ୍ୟାଳୟର ୯ମ ପ୍ରତିଷ୍ଠା ଦିବସ ପାଳିତ, ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ।
୧୩-ଭୁବନେଶ୍ୱର:ମାର୍କେଟରେ ନାହିଁ ପର୍ଯ୍ୟାପ୍ତ ଚିନି, ସେପଟେ ବନ୍ଦ ପଡ଼ିଛି ୪ ଚିନି କଳ; ମନ୍ତ୍ରୀ କହିଲେ- ଯୋଜନା କରୁଛୁ।
୧୪-ଅନୁଗୋଳ:ସୁଭଦ୍ରା ପାଦିଲ୍ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଷ୍ଟଟ୍ରାକ କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ।
୧୫-କଲିକତା:ଗ୍ରୁପ୍ ସି ୧୬ ଲକ୍ଷ ଏବଂ ଗ୍ରୁପ୍ ଡି ପଦବୀ ୧୨ ଲକ୍ଷରେ ବିକ୍ରି; ପାର୍ଥ ଏବଂ ଅର୍ପିତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଇଡି।
୧୬-ବିହାର ପବ୍ଲିକ ସର୍ଭିସ ପରୀକ୍ଷା ଦାବି:ପାଟନାରେ ଛାତ୍ର ଶୋଭାଯାତ୍ରା।
୧୭-ଟେଲିକମ୍ ଟାରିଫ୍ରେ ୧୨% ବୃଦ୍ଧି ସମ୍ଭାବନା: ନଭେମ୍ବର-ଡିସେମ୍ବରରେ ଆସିପାରେ ନୂଆ ଦର।
୧୮-ମାଣ୍ଡ୍ୟା:ଭିକାରୁଣିଙ୍କ ଘରୁ ମିଳିଲା ୮.୪ଲକ୍ଷ ଟଙ୍କା।୩୦ଟି ବସ୍ତାରେ ରଖାଯାଇଥିଲା ମୁଦ୍ରା ଓ ନୋଟ୍।
୧୯-ଦିଲ୍ଲୀରେ ୨,୩୦୮ ଜଣ ସ୍ୱାଇନ ଫ୍ଲୁ ସଂକ୍ରମିତ, ମୁଖ୍ୟମନ୍ତ୍ରୀ ଡାକିଲେ ଜରୁରୀ ବୈଠକ।
୨୦-ଦୀର୍ଘ ୪୫ ବର୍ଷ ପରେ ସିରିଆକୁ ‘ଆତଙ୍କବାଦ ପ୍ରାୟୋଜକ ରାଷ୍ଟ୍ର’ ତାଲିକାରୁ ହଟାଇଲା ଆମେରିକା।
୨୧-ଟରୋଣ୍ଟୋ: ଆମେରିକାର ୭୦୦ ସାମଗ୍ରୀ ଉପରେ ଟିକସ ଲଗାଇଲା କାନାଡା।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
