November 15, 2024

ଉମରକୋଟ ଠାରେ  ବିଶ୍ୱହିନ୍ଦୁ ପରିଷଦ ତରଫରୁ ଜନ୍ମlଷ୍ଟାମୀ ପାଳନ……….. 

Share

ଉମରକୋଟ:-

ବୁଶ୍ୱହିନ୍ଦୁ ପରିଷଦ, ଉମରକୋଟ ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ମହା ସମାରୋହରେ ସ୍ଥାନୀୟ ଗୁଲିପାଟଣା ବାବା ବୈଦ୍ୟନାଥ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହିକାର୍ଯ୍ୟକ୍ରମରେ ମୁଖ୍ୟ ଆୟୋଜକ ସହ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଓ ସମାଜସେଵୀ ଜୟଦେବ ପରିଡା,।ସ୍ନମାନିୟ ଅତିଥି ଭାବେ ବିଶ୍ୱ ହିନ୍ଦୁ ପରିଷଦର ସଭାପତି କୃପାରମ ସାହୁ, ଜିଲ୍ଲା ସଂଯୋଜକ ବାଲକୃଷ୍ଣ ପଟ୍ଟନାୟକ, ସମ୍ପାଦକ ସୁନିଲ ବେହେରା ଓ ଉପସଭାପତି ଶ୍ରୀମତୀ ପ୍ରଭାତୀ ଦେବନାଥ ଯୋଗଦେଇଥିଲେ। ସଭାର ଆରମ୍ଭରେ ସମସ୍ତ ଅତିଥି ମନେ ଦୀପ ପ୍ରଜ୍ୱଳନ କରିଥିଲେ। ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଶ୍ରୀ ବାଳକୃଷ୍ଣ ପଟନାୟକ । ସହରର ବିଭନ୍ନ ବିଦ୍ୟାଳୟ ଓ ବିଭିନ୍ନ ୱାର୍ଡର ପ୍ରାୟ ଶହେ ଛୋଟ,ଛୋଟ ପିଲାମାନେ ରାଧା ଓ କୃଷ୍ଣ ବେଶରେ ସେମାନଙ୍କ ବାପା,ମାଙ୍କ ସହ କାର୍ଯ୍ୟକ୍ରମ ଅବସରରେ ହେଉଥିବା ରାଧାକୃଷ୍ଣ ବେଶ ଓ ଅଭିନୟ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଛୋଟ ପିଲାମାନଙ୍କ ବେଶ ସହ ଭଗବତ ଗୀତା ଶ୍ଳୋକ ଆବୃତ୍ତି ସମସ୍ତଙ୍କୁ ଆକୃଷ୍ଟ କରିଥିଲା। ବିଚାରକ ଭାବେ କନିଷ୍ଠ ବର୍ଗ ପାଇଁ ଶିବଶଙ୍କର ପତି, ରାମ ନାୟକ, ଶାନ୍ତିଲତା ମହାନ୍ତି ଓ ବରିଷ୍ଠ ବର୍ଗ ପାଇଁ ବାବୁରାମ ସାହୁ, ସମୀର ପ୍ରଧାନ, ପ୍ରଭାତୀ ଦେବନାଥ ନିଯୁକ୍ତ ହୋଇଥିଲେ।ପ୍ରତିଯୋଗିତାରେ କନିଷ୍ଠ ବିଭାଗରୁ ପ୍ରଥମ ସ୍ଥାନରେ ଅଭିଷେକ ପଣ୍ଡା, ଆରିଆନ୍ସ ପଟ୍ଟନାୟକ, ଦ୍ଵିତୀୟ ସ୍ଥାନରେ ପ୍ରଣବ ପ୍ରକାଶ ରାଉତ, ଗିରିଶ ନନ୍ଦ, ତୃତୀୟ ସ୍ଥାନରେ ଆର୍ଯ୍ୟଜିତା ନାୟକ, ସ୍ୱୟମ ରଞ୍ଜନ ସାବତ, ଅଙ୍କିତା ସ୍ୱାଇଁ ଓ ବରିଷ୍ଠ ବର୍ଗରେ ପ୍ରଥମ ସ୍ଥାନରେ ହରପ୍ରସାଦ ଦଳେଇ, ଦ୍ଵିତୀୟ ସ୍ଥାନରେ ଶ୍ରୀଦୀପ୍ତା ଆଚାର୍ଯ୍ୟ, ତୃତୀୟ ସ୍ଥାନରେ ନିକୁଞ୍ଜ ନାୟକ କୃତକାର୍ୟ୍ଯ ହୋଇଥିଲେ. କୃତି ପ୍ରତିଯୋଗି ମାନଙ୍କୁ ପ୍ରମାଣ ପତ୍ର ସହ ଭଗବତ ଗୀତା ପୁସ୍ତକ ପୁରସ୍କାର ଅର୍ପଣ କରାଯାଇଥିଲା। ଅନ୍ୟ ପ୍ରତିଯୋଗି ମାନଙ୍କୁ ସାନ୍ତ୍ୱନା ମୂଳକ ପୁରସ୍କାର ସହ ମନ୍ଦିର କମିଟି ତରଫରୁ ସ୍ୱତନ୍ତ୍ର ପୁରସ୍କାର ଦିଆଯାଇଥିଲା। ସ୍ୱାଗତ ନୃତ୍ୟ ପରିବେଷଣ କରିଥିବା ଶ୍ରେୟାନସି ଶାନ୍ତ୍ରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା.

କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ବିଶ୍ୱହିନ୍ଦୁ ପରିଷଦର ଅନ୍ୟ କର୍ମକର୍ତା ମାନଙ୍କ ମଧ୍ୟରେ ଅଞ୍ଜନ କୁମାର ଜେନା, ଅଜିତ ସ୍ୱାଇଁ,, କିଶୋର ସାହୁ, ଅଶୋକ ପାତ୍ର, ଡଃ ଉମେଶ ସାହୁ ,ବିଷ୍ଣୁ ପ୍ରସାଦ ପଟ ନୟାକ ,ଝୁନା ପରିଡା, ସୁବାସ ବିଶୋଇ,ମହେନ୍ଦ୍ର ଦାସ, ଟୁଲୁ ସାହୁ,ଶ୍ରୀନବାସ ପଟନାୟକ ଯତୀନ ପଣ୍ଡା, ବିଶ୍ୱ ହିନ୍ଦୁ ପରିଷଦର,ଆର୍ମ କର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟ କ୍ରମକୁ ସଫଳ କରିଥିଲେ। ଏଥିରେ ପ୍ରାୟ ତିନି ଶହ ଶ୍ରଦ୍ଧାଳୁ ଯୋଗଦେଇଥିଲେ l(ଏମ୍.ଦିନା°ଶୁ ଆଚାରୀ)