June 18, 2026

ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ 

IMG-20240826-WA0043
Share

ବୁଗୁଡ଼ା : ତା ୨୬/୦୮/୨୪ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିଶୁ ବାଟିକା ପକ୍ଷରୁ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଆନନ୍ଦ-ଉଲ୍ଲାସରେ ପାଳିତ ହୋଇଯାଇଛି । ଏ ଅବସରରେ ଶିଶୁ ବାଟିକା ବିଭାଗର କୃଷ୍ଣ ବେଶଧାରୀ ଶିଶୁମାନଙ୍କ ନଗର ଭ୍ରମଣ, ଦଧି ଭାଣ୍ଡ ଭଞ୍ଜନ ଓ ଦୋଳିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଧାନାଚାର୍ଯ୍ଯ ଆଟଲ୍ ଲିଙ୍ଗରାଜଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଂଶୀଧର ନାୟକ ଯୋଗ ଦେଇ ଶିଶୁମାନଙ୍କୁ ମାର୍ଗ ଦର୍ଶନ ପୂର୍ବକ ଶ୍ରୀ କୃଷ୍ଣଙ୍କ ଜନ୍ମ ବୃତ୍ତାନ୍ତ ବର୍ଣ୍ଣନା କରିଥିଲା ବେଳେ ବେଶଧାରୀ ଶିଶୁମାନଙ୍କୁ ପୁରସ୍କୃତ କରାଯାଇଥିଲା । ଗୁରୁମା ସସ୍ମିତା ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଗୁରୁମା ସୁମତି ମିଶ୍ର ଓ ରସନା ପ୍ରଧାନ ପୁରାଣ ପାଠ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଶିଶୁ ବାଟିକା ପ୍ରମୁଖ ଗୁରୁମା ମମତା ସାହୁ ପରିଚାଳନା କରିଥିବା ବେଳେ ଏଥିରେ ଗୁରୁମା ଅର୍ଚ୍ଚନାମୟୀ ପାତ୍ର, ଟିକିନା ବେହେରା ଓ ରାକ୍ଷୀ ସ୍ବାଇଁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ସେହିପରି ଏଠାକାର ସାଇ ସରସ୍ବତୀ ଶିଶୁ ମନ୍ଦିରରେ ମଧ୍ୟ ଗୁରୁଜୀ ସୁରେଶ ଚନ୍ଦ୍ର ପାଢ଼ୀଙ୍କ ତତ୍ତ୍ବାବଧାନରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି ।

You may have missed