April 30, 2026

ଗଜପତି:- ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଆଜି ଭକ୍ତିମୟ ପରିବେଶ ମଧ୍ୟରେ ପାଳିତ ହେଉଛି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ..

IMG-20240826-WA0036
Share

 

ଆଜି ହେଉଛି ଭାଦବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଏବଂ ପବିତ୍ର ଜନ୍ମାଷ୍ଟମୀ ତଥା ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ।

ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଆଜି ଭକ୍ତିମୟ ପରିବେଶ ମଧ୍ୟରେ ଏବଂ ଆନନ୍ଦ ଉଲ୍ଲାସରେ ପାଳିତ ହେଉଛି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । ଶ୍ରଦ୍ଧାଳୁ ମାନେ ପାରମ୍ପରିକ ରିତିବିଧି ପ୍ରକାରେ ବେଶ୍ ଉତ୍ସାହର ସହ ପାଳନ କରୁଛନ୍ତି ଏହି ଜନ୍ମୋତ୍ସବ । ଏହି ଅବସରରେ ସମଗ୍ର ପାରଳାଖେମୁଣ୍ଡି ସହର ଚଳଚଞ୍ଚଳ ହୋଇ ଉଠିଛି ।

ଆଜି ସକାଳ ଠାରୁ ଶ୍ରୀ ଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କ ଦର୍ଶନ ସମେତ ବିଭିନ୍ନ ଶ୍ରୀରାଧା କୃଷ୍ଣ ମଠ-ମନ୍ଦିର ଗୁଡିକରେ ପ୍ରଭୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ଗହଳ ଚହଳ ଭିଡ଼ ଲାଗି ରହିଥିଲା । ଆଜି ସନ୍ଧ୍ୟା ଧୂପ ଆଳତି ପରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେଥିପାଇଁ ସମସ୍ତ ମଠ ମନ୍ଦିର ମଧ୍ୟ ଚଳଚଞ୍ଚଳ ହୋଇଉଠିଛି ।

ଏହି ଅବସରରେ ପାରଳାଖେମୁଣ୍ଡି ସହରର ସାମୁଟିଆ ସାହି ଉପକଣ୍ଠରେ ଥିବା “ମା’ ଫୁଲସୁନ୍ଦରୀ ନାମ ସଙ୍କୀର୍ତ୍ତନ ମଣ୍ଡଳୀ” ପକ୍ଷରୁ ମଧ୍ୟ ଏହି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଧୁମ-ଧାମରେ ପାଳିତ ହେଉଛି ।

“ମାଆ ଫୁଲସୁନ୍ଦରୀ ମନ୍ଦିର” କମିଟିର ମୁଖ୍ୟ ଶ୍ରୀ ଜାନକୀ ବେହେରା ଏବଂ ଉପଦେଷ୍ଟା ଶ୍ରୀ ଅଭିମନ୍ୟୁ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଙ୍କୀର୍ତ୍ତନ ମଣ୍ଡଳୀ “ମା ଫୁଲସୁନ୍ଦରୀ ମନ୍ଦିର” ଠାରୁ ଦୋଳି ପଟାରେ ଝୁଲୁଥିବା ଶ୍ରୀକୃଷ୍ଣ ଲାଲାଙ୍କ ସହ ବାହାରି ଶ୍ରୀ ରସିକ ରାଜ ମହାପ୍ରଭୁଙ୍କ ମନ୍ଦିରକୁ ଯାଇ ସେଠାରୁ ପୁଣି ବାହାରିଥିଲେ ସମଗ୍ର ସହର ପରିକ୍ରମା ଅଭିମୁଖେ । ସଙ୍ଗରେ ମହିଳା ମାନେ ଏବଂ ଛୋଟ ପିଲା ମାନେ ବିଭିନ୍ନ ରାଧା-କୃଷ୍ଣ ବେଶରେ ସଜ୍ଜିତ ହୋଇ ନାଚି ନାଚି ସହର ପରିକ୍ରମା କରିଥିଲେ ।

ସେହିଭଳି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବହୁ ସଂଖ୍ୟାରେ କୁନି କୁନି ପିଲା ମାନେ ମଧ୍ୟ ଶ୍ରୀ ରାଧା-କୃଷ୍ଣ ବେଶରେ ସଜ୍ଜିତ ହୋଇ ସହର ପରିକ୍ରମା କରିଥିଲେ ।

———————————————- ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

————————————————-

You may have missed