November 15, 2024

ପବିତ୍ର ପୂନ୍ୟପୀଠ ଶ୍ରୀ ଶ୍ରୀ ନୃସିଂହ ନାଥ ଠାରେ ଅସ୍ଥି ବିସର୍ଜନ ।।

Share

 

 

 

ଗାଇସିଲେଟ : (ଜୟନ୍ତ କୁମାର ସେଠ)ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ୍ ଅନ୍ତର୍ଗତ ତାଲପାଲି ଗ୍ରାମର ଦୋଳଗୋବିନ୍ଦ ସାହୁ ନିଜ ଜନ୍ମଦାତ୍ରି ମା ସ୍ବର୍ଗତ ମାଳତୀ ସାହୁଙ୍କ ଆତ୍ମାର ସଦଗତି ନିମନ୍ତେ ଆଜି ପଶ୍ଚିମଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ଠାରେ ଥିବା ପାପ ନାଶିନୀ ଝରଣା ରେ ଅସ୍ଥି ବିସର୍ଜନ କରି ପିଣ୍ଡ ଦାନ କରିବା ସହ ହୋମ ଯଜ୍ଞ କରିଥିଲେ । ଏହି ଅବସରରେ ପୂଜକ ଭାବରେ ପଣ୍ଡିତ ମହାଦେବ ଦାଶ ଉପସ୍ଥିତ ଥିବାବେଳେ ଅନ୍ୟ ପଟେ ଗୌର ହରି ସାହୁ,ବିଦ୍ୟାଧର ସାହୁ ଏବଂ ଶ୍ରୀଯୁକ୍ତ ଦୋଳଦବିନ୍ଦ ସାହୁଙ୍କ ବନ୍ଧୁ ବାନ୍ଧବ ଓ ପରିବାର ବର୍ଗ ଉପସ୍ଥିତ ଥିଲେ ତେବେ ଏଠାରେ ବିଶ୍ୱାସ ରହିଛି କି ପଂଶ୍ଚିମ ଓଡିଶାର ଅନ୍ୟତମ ତୀର୍ଥକ୍ଷେତ୍ର ତଥା ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ବରଗଡ ଜିଲ୍ଳାର ନୃସିଂହନାଥ ପୀଠ । ଯାହାକୁ ଛତିଶଗଡ଼ର ଗଙ୍ଗା ବୋଲି ମଧ୍ୟ କୁହାଯାଏ । ପଶ୍ଚିମ ଓଡିଶା ତଥା ଛତତିଶଗଡ଼ ରାଜ୍ୟର ଲୋକେ ଏଠାକୁ ଅସ୍ଥି ପ୍ରବାହ କରିବାକୁ ଆସିଥାନ୍ତି । ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ପୂଜାପାଉଛନ୍ତି ମହାପ୍ରଭୁ ନୃସିଂହନାଥ । ଏଠାରେ ସ୍ନାନ କଲେ ନାନା ପ୍ରକାରର ପାପ କ୍ଷୟ ହୋଇଥାଏ ବୋଲି ଲୋକ ଙ୍କ ବିଶ୍ବାସ ରହିଛି । କେବଳ ଓଡିଶା ନୁହେଁ ଦେଶର ବିଭିନ୍ନ କୋଣରୁ ଭକ୍ତମାନେ ଭଗବାନ ନୃସିଂହନାଥ ମାର୍ଜାର କେଶରୀ ଙ୍କର ଦର୍ଶନ କରି ତାଙ୍କର କୃପାଲାଭ ପାଇଁ ଏଠାକୁ ଆସିଥାନ୍ତି ।