ଆଜିର ଖବର.
୧-ଓଡ଼ିଶାରେ ବେକାରୀ ହାର ୩.୯ ପ୍ରତିଶତ, ଜାତୀୟସ୍ତରୀୟ ତାଲିକାରେ ଓଡ଼ିଶା ୨୧ତମ।
୨-ଆଜି ଜନ୍ମାଷ୍ଟମୀ, ଇସ୍କନ ଓ ରାମମନ୍ଦିରରେ ବ୍ୟାପକ ପ୍ରସ୍ତୁତି, ସକାଳୁ ରାତି ଯାଏଁ ଚାଲିବ ଭଜନ କୀର୍ତ୍ତନ।
୩-ଖୋଲିଲା ହୀରାକୁଦର ଆଉ ୬ଟି ଗେଟ୍,ବର୍ତ୍ତମାନ ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି।
୪-ଓଡିଶାରେ ସମ୍ବର୍ଦ୍ଧିତ ହେଲେ୧ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ‘ଲକ୍ଷପତି ଦିଦି’।
୫-ସେପ୍ଟେମ୍ବର ୧୭ରେ ସୁଭଦ୍ରାର ପ୍ରଥମ କିସ୍ତି।ପ୍ରାୟ ୧ କୋଟି ୮ ଲକ୍ଷ ମହିଳାଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ।
୬-ଜିଲ୍ଲା ଗସ୍ତରେ ଯିବେ ସଚିବ, ପ୍ରମୁଖ ଯୋଜନାର କାର୍ଯ୍ୟାନ୍ବୟନ ତଦାରଖ କରିବେ।
୭-ଆହୁରି ୩ ଦିନ ପ୍ରବଳ ବର୍ଷା , ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି।
୮-ଚୀନରେ ଚମକିଲେ ତନ୍ବୀ ପତ୍ରୀ,ଏସୀୟ କନିଷ୍ଠ ବ୍ୟାଡମିଣ୍ଟନରେ ଜିତିଲେ ସ୍ବର୍ଣ୍ଣ।
୯-ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ହର୍ଷିତା ପ୍ରିୟଦର୍ଶିନୀ, ବିଲୁପ୍ତ ଦେଶୀ ବିହନ ସଂରକ୍ଷଣ ପାଇଁ ଅନନ୍ୟ ପ୍ରୟାସ।
୧୦-ଶଙ୍ଖ ଭବନରେ ବିଜେଡିର ପ୍ରଶିକ୍ଷଣ ଶିବିର, ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରଖିବାକୁ ବିଧାୟକଙ୍କୁ ନବୀନଙ୍କ ଆହ୍ୱାନ।
୧୧-ହତ୍ୟାକାଣ୍ଡ ପରେ ଅଶାନ୍ତ ମୁକୁନ୍ଦପ୍ରସାଦ: ୩ ପ୍ଲାଟୁନ ଫୋର୍ସ ମୁତୟନ, ଲାଗୁ ହେଲା ୧୬୩।
୧୨-କମିଶନରେଟ୍ ପୁଲିସ୍ ର ପ୍ରସ୍ତୁତି,୬୦ ମଣ୍ଡପରେ ପୂଜାପାଇବେ ଗଜାନନ।
୧୩-କାକଟପୁର: ଦେବୀ ମୁହାଣରେ ଘଟିଲା ଅଘଟଣ, ଫସିଛନ୍ତି ୧୪ ଟ୍ରଲର କର୍ମଚାରୀ।
୧୪-ବାର୍ଡ ଫ୍ଲୁ ପରେ ପିପିଲିରେ ଆରମ୍ଭ ହୋଇଛି କୁକୁଡ଼ା ମରା ଅଭିଯାନ । ୪୭ ଫାର୍ମରୁ ମରାଯିବ ୨୦ ହଜାରରୁ ଅଧିକ କୁକୁଡ଼ା।
୧୫-ବଲାଙ୍ଗୀର: ବିଭିନ୍ନ ଜେଲରେ ରେଡ୍, ମୋବାଇଲ ଓ ବିପୁଳ ମାଦକ ଦ୍ରବ୍ୟ ଜବତ: ହୁଗୁଳି ଯାଇଛି କି ସୁରକ୍ଷା ବ୍ୟବସ୍ଥା ?
୧୬-ଆସନ୍ତା ମାସ ୧୭ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ।
୧୭-CISFରେ ଚାକିରି ସୁଯୋଗ; ଦରମା ୬୯ ହଜାର; ଅନ୍ଲାଇନ୍ ମାଧ୍ୟମରେ ଆବେଦନ,୧୧ଶହରୁ ଅଧିକ ପଦବୀ ପୂରଣ ହେବ।
୧୮-କୋଲକାତା କେସ୍ରେ ଘାଣ୍ଟୁଛି CBI, ପାପୀ ସଞ୍ଜୟର ଚାଲିଛି ପଲିଗ୍ରାଫ୍ ଟେଷ୍ଟ।
୧୯-ୟୁନିଫାଏଡ୍ ପେନସନ୍ ସ୍କିମକୁ ନେଇ ବିବାଦ ତେଜୁଛି: ପୁରୁଣା ପେନସନ୍ ସ୍କିମ ଲାଗୁ କରିବାକୁ ବିଭିନ୍ନ ସଂଗଠନର ଦାବି।
୨୦-ପାଖାପାଖି ମାସେ ପରେ ବାଂଲାଦେଶରେ ଚାଲିଲା ମେଟ୍ରୋ ଟ୍ରେନ, ଢାକାରେ ଲୋକେ ଆଶ୍ୱସ୍ତ।
୨୧-ସାଂଘାଇ ସହଯୋଗ ସଂଗଠନ(ଏସସିଓ) ବୈଠକକୁ ମୋଦୀଙ୍କୁ ପାକିସ୍ତାନର ଆମନ୍ତ୍ରଣ।
୨୨-ଜେରୁଜେଲମ: ହେଜବୁଲ୍ଲାର ୧୦୦୦ରୁ ଅଧିକ ରକେଟ ଲଞ୍ଚର ଧ୍ବଂସ କଲା ଇସ୍ରାଏଲ।
*🙏 ସୁପ୍ରଭାତ 🙏*