May 10, 2026

ଜନ ଶୁଣାଣୀ ପରେ ବିଶିଷ୍ଟ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସୌଜନ୍ୟ ମୂଳକ ସାକ୍ଷାତ 

IMG-20250421-WA0061
Share

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ): ସମ୍ବଲପୁର ଠାରେ ଜନଶୁଣାଣୀ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ, ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଏବଂ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଭେଟିଛନ୍ତି। ଏହି ବିଶିଷ୍ଟ ଓ ପ୍ରତିଭାବାନ ବ୍ୟକ୍ତି ବିଶେଷଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟ କଥା ପଚାରିବୁଝିବା ସହିତ ସମାଜର ମଙ୍ଗଳ ପାଇଁ ଲୋକଙ୍କ ସରକାର ଲୋକଙ୍କ ପାଇଁ ଆଉ କଣ ସବୁ କରିବା ଆପଣମାନେ ଆଶା କରୁଛନ୍ତି ଅବା କରାଯିବା ଉଚିତ ବୋଲି ଜାଣିବାକୁ ଚାହିଁଥିଲେ। ଜନ ଶୁଣାଣୀ ଭଳି ବ୍ୟସ୍ତତା ଭିତରେ ବିଶିଷ୍ଟ ବ୍ୟକ୍ତି ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଏହି ସୌଜନ୍ୟ ମୂଳକ ସାକ୍ଷାତକୁ ସାଧାରଣରେ ପ୍ରଶଂସା କରାଯାଇଛି।