April 27, 2026

ନିଶା କାରବାର ଅଭିଯୋଗରେ ୩ ଜଣକୁ ଗିରଫ କଲା ବରଗଡ ପୋଲିସ

IMG-20250726-WA0049
Share

 

 

ସୁରେନ୍ଦ୍ର କଠାର,,ବରଗଡ

 

ବରଗଡ଼ ଟାଉନ ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର କରିଛି। ଶନିବାର ସକାଳେ ବରଗଡ଼ ଟାଉନ ଥାନା ପୋଲିସ ବରଗଡ଼ ସହରରୁ ୧୯୭୦ ବୋତଲ କଫ ସିରଫ ଏବଂ ୧ହଜାର ନିଶା ବଟିକା ଜବତ କରିଛି। ଏହା ସହିତ ଗୋଟିଏ ଏଫିଲ୍ଡ ବୁଲେଟ ମୋଟର ସାଇକେଲ, ଗୋଟିଏ ସ୍କୁଟି ଏବଂ ୨ଟି ମୋବାଇଲକୁ ପୋଲିସ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ବୋଲି ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି। ଗତ କିଛିଦିନ ପୂର୍ବରୁ ମଧ୍ୟ ବରଗଡ଼ ସହରରୁ ବିପୁଳ ପରିମାଣରେ କଫ ସିରଫ ଏବଂ ବ୍ରାଉନସୁଗାର ଜବତ ହୋଇଥିଲା। ନିଶା କାରବାର ଦମନରେ ପୋଲିସର ଏହି ଅଭିଯାନ ପରେ ଏଭଳି କାରବାର ଚଲାଇଥିବା ଚୋରା ଚାଲାଣ କାରିଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।