କଳାପାଣିରେ ବନ ମହୋତ୍ସବ
ସୁରେନ୍ଦ୍ର କଠାର,ବରଗଡ
ଜୀବନ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର କଳା ପାଣି ଠାରେ ଶନିବାର ଦିନ ବନ ମହୋତ୍ସବ ପାଳନ ଅବସରରେ ମା’ଙ୍କପାଇଁ ଗଛଟିଏ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମକୁ ଶିକ୍ଷା କେନ୍ଦ୍ର ର ସଭାପତି ଶ୍ରୀ ଶୁଶିଲ କୁମାର ଦାଶ ଭଉଦ୍ ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବରେ ଡା.ମନୋରଞ୍ଜନ ହୋତା,(,ସି ଏଚ୍.ସି, କଳାପାଣି) ସମ୍ମାନିତ ଅତିଥି ସ୍ଥାନୀୟ ସରପଞ୍ଚଶ୍ରୀମତୀ ଖୁଳଣା ପ୍ରଧାନ, ମୂଖ୍ୟ ବକ୍ତା ଶ୍ରୀ ସରୋଜ କୁମାର ରଥ,(ବରିଷ୍ଠ ଶିକ୍ଷକ, ମାତୃ ପୁରୀ,ଲାଦର ପାଲି)ଶିକ୍ଷା କେନ୍ଦ୍ର ର ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ କେଶରୀ ମିଶ୍ର, ଉପସଭାପତି ଶ୍ରୀ ଅଶୋକ କୁମାର ମାଝୀ, ସଂପାଦକ ଶ୍ରୀ ପ୍ରଭାସ ଚନ୍ଦ୍ର ମହାପାତ୍ର ଅଂଶ ଗ୍ରହଣ କରି ବନମହୋତ୍ସବ ର ଆବଶ୍ୟକତା ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦ୍ ବୋଧନ ଦେଇ ଥିଲେ। ଶିକ୍ଷା କେନ୍ଦ୍ର ର କୃଷି ପରିଷଦ ରେ ଥିବା ଶ୍ରୀ ସୁମନ୍ତ ସାହୁ ଓ ଶିକ୍ଷା କେନ୍ଦ୍ର ର ସମସ୍ତ ଭାଇ ଅପା , ଛାତ୍ର ଛାତ୍ରୀ ସହଯୋଗ କରି କାର୍ଯ୍ୟ କ୍ରମ ଶେଷରେ ଶିକ୍ଷା କେନ୍ଦ୍ର ପରିସରରେ ବୃକ୍ଷ ରୋପଣ କରି ଥିଲେ।
