April 26, 2026

ବାଇକରୁ ଖସି ମହିଳାଙ୍କ ମୃତ୍ୟୁ 

IMG-20250726-WA0040
Share

 

ବୁଗୁଡା : ତା ୨୬/!୦୭/୨୫ : ବୁଗୁଡ଼ା-ବାଲିପଦର ମୁଖ୍ୟରାସ୍ତାରେ ବାଇକରୁ ଖସିପଡି ଜନୈକା ଅବିବାହିତା ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତା ମହିଳା ଜଣକ ହେଲେ ପୋଲସରା ଥାନା ଅନ୍ତର୍ଗତ ହଂସରାଳି ଗ୍ରାମର ଆରତୀ ମହାରଣା(୪୨) । ଏ ନେଇ ବୁଗୁଡା ଥାନାରେ କେସ୍ କେସ ନଂ ୪୭୦/୨୫ରେ ଏକ ମାମଲା ରୁଜୁ ହୋଇଥିବା ଏସ୍ଆଇ ଜ୍ଯୋତିଶ୍ରୀ ସାହୁଙ୍କଠାରୁ ପ୍ରକାଶ ପାଇଛି। ଘଟଣାରୁ ପ୍ରକାଶ ଯେ, ଆରତୀଙ୍କ ସ୍ବାସ୍ଥ୍ୟ ଖରାପ ହେତୁ ଚିକିତ୍ସା ପାଇଁ ବ୍ରହ୍ମପୁର ଯାଇ ସେଠାରୁ ତାଙ୍କର ପୁତୁରା ବୁନା ମହାରଣାଙ୍କ ବାଇକରେ ବସି ବଡ ଭଉଣୀଙ୍କ ଘର ଭୋଗଡା ଗ୍ରାମକୁ ଆସୁଥିଲେ। ବାଲିପଦର-ବୁଗୁଡା ମୁଖ୍ୟ ରାସ୍ତାରେ ଆସୁଥିବା ବେଳେ ପଙ୍କଳବାଡି ଗାଁ ନିକଟରେ ବାଇକ୍ ଆଗକୁ କୁକୁରଟିଏ ଦୌଡି ଆସିବାରୁ ବୁନା ବ୍ରେକ୍ ମାରିଥିଲେ। ଏହି ସମୟରେ ପଛରେ ବସିଥିବା ଆରତୀ ଗାଡିରୁ ଖସି ପଡିଥିଲେ ଏବଂ ତାଙ୍କର ମୁଣ୍ଡ ରୋଡରେ ପିଟି ହୋଇଯିବା ଫଳରେ କାନପଟୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ତାଙ୍କୁ ସେଠାରୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଏକ ଡାଲା ଅଟୋରେ ବୁଗୁଡା ମେଡିକାଲକୁ ଅଣାଯାଇଥିଲେ ।ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ବ୍ଯବଛେଦ ପାଇଁ ପଠାଇଥିବା ଜଣାଯାଇଛି।