April 29, 2026

ଉମରକୋଟ ରେ ମହିଳା କୃଷି ଶ୍ରମିକ ଅଭାବ,ଚିନ୍ତାରେ ଚାଷୀ……

IMG-20250726-WA0020
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ପ୍ରଥମେ ଚାଷୀଙ୍କୁ ବର୍ଷା କନ୍ଦେଇଲା।ଏବେ ଚାଷୀଙ୍କୁ ମହିଳା ଶ୍ରମିକ କନ୍ଦେଇଲାଣି। ଯାହା ଫଳରେ ଚାଷୀ ଆର ବର୍ଷକୁ ଚାଷ କରିଵେ କି ନାହଁ ଏବେଠାରୁ ଚିନ୍ତା କଲେଣି।ଜୁନ ମାସରେ ପ୍ରଥମ ଓ ଦ୍ବିତୀୟ ସପ୍ତାହରେ କାଳ ବୈଶାଖୀ ରେ କିଛି ପରିମାଣରେ ବର୍ଷା ହୋଇଥିଲା।ଯାହାକୁ ଦେଖି ଚାଷୀମାନେ ଚାଷ କାମ ଆରମ୍ଭ କରିଥିଲେ। କିନ୍ତୁ ଠିକ ବିହନ ଗଜା ହେବା ସମୟରେ ବର୍ଷା ଗାଏବ ହୋଇଗଲା। ଯେଉଁ ଚାଷୀ ମାନଙ୍କ ପାଣି ସୁବିଧା ଥିଲା ସେମାନଙ୍କର କିଛି ଅସୁବିଧା ହୋଇନଥିଲା। କିନ୍ତୁ ଯେଉଁ ଚାଷୀଙ୍କ ପାଣି ଅସୁବିଧା ଥିଲା ସେମାନେ ଭଗବାନଙ୍କ ଭରସାରେ ରହିଲେ। ବର୍ତ୍ତମାନ ଚାଷୀଙ୍କୁ ବର୍ଷା ରୁ ମୁକ୍ତି ମିଳୁଥିବା ବେଳେ ଏବେ ଚାଷୀଙ୍କୁ ମହିଳା ଶ୍ରମିକ ଚିନ୍ତା ଘାରିଲାଣି।କାରଣ ଯେଉଁ ତଳି ପକେଇ ଥିଲେ ତାହା ବୁଡା ହେବାକୁ ବସିଲାଣି। ଚାଷୀ ଜିତେନ୍ଦ୍ର ମହାନ୍ତି ଙ୍କ କହିବାନୁଯାୟୀ ଗତବର୍ଷ ମହିଳା ଶ୍ରମିକ ଧାନ ତଳି ରୋଇବାକୁ ଏକର ପ୍ରତି ୫୦୦୦ ଟଙ୍କା ନେଉଥିଲେ। ଚଳିତ ବର୍ଷ ଏକର ପ୍ରତି ୬୦୦୦ ରୁ ୬୫୦୦ ଟଙ୍କା ରଖିଛନ୍ତି।ତାହା ପୁଣି ସେମାନଙ୍କ ନିର୍ଦ୍ଧାରିତ ଦିନ ଗୁଡିକରେ। ଅନ୍ୟ କେଉଁଠାରୁ ମହିଳା ଶ୍ରମିକ ଆଣି ଚାଷ କରିବା ସମ୍ଭବ ନୁହେଁ ବୋଲି ଅନ୍ୟ ଚାଷୀମାନେ କହିଛନ୍ତି। କାରଣ ବର୍ତ୍ତମାନ ଚାରିଆଡ଼େ ଚାଷ କାମ। ସମସ୍ତ ମହିଳା ଶ୍ରମିକ ମାନେ ତଳି ରୁଆ କାମ ପାଇଁ ଅଗ୍ରୀମ ନେଇ ସାରିଛନ୍ତି। ଯଦି ଏବର୍ଷ ଏଭଳି ମହିଳା ଶ୍ରମିକ ଅଭାବ ଦେଖାଦେଇଛି ତାହେଲେ ଆଗାମୀ ବର୍ଷକୁ ଚାଷ କରିବୁ ନାହଁ ବୋଲି ଚାଷୀମାନେ କହିଛନ୍ତି।

You may have missed