April 29, 2026

କାରଗିଲ ବିଜୟ ଦିବସ : କେବେ ଭୁଲି ହେବନି ଯବାନଙ୍କ ବଳିଦାନ..

IMG-20250726-WA0014
Share

 

ଟାଇଗର ହିଲ୍ ଓ ତୋଲୋଲିଙ୍ଗ ହିଲ୍‌ରେ କବ୍‌ଜା ଜମାଇ ଥିବା ପାକିସ୍ତାନ ସେନାକୁ ମାତ ଦେଇ ବିଜୟ ପତାକା ଉଡ଼ାଇଥିଲେ ଭାରତୀୟ ସେନା ।

 

*୧୯୯୯, ଜୁଲାଇ ୨୬ । କାରଗିଲ ବିଜୟ ଦିବସ । ପ୍ରାୟ ୨ ମାସ ଧରି କାରଗିଲର ଉଚ୍ଚ ଶୀଖର ପାହାଡ଼ରେ ଶତ୍ରୁ ରାଷ୍ଟ୍ର ସହ ଲଢ଼େଇ କରି ଏହି ଦିନରେ ବିଜୟ ହାସଲ କରିଥିଲେ ଭାରତୀୟ ସେନା । ଟାଇଗର ହିଲ୍ ଓ ତୋଲୋଲିଙ୍ଗ ହିଲ୍‌ରେ କବ୍‌ଜା ଜମାଇ ଥିବା ପାକିସ୍ତାନ ସେନାକୁ ମାତ ଦେଇ ବିଜୟ ପତାକା ଉଡ଼ାଇଥିଲେ ଭାରତୀୟ ସେନା । ସେଥିପାଇଁ ପ୍ରତି ବର୍ଷ ଜୁଲାଇ ୨୬କୁ ପ୍ରତିବର୍ଷ ବିଜୟ ଦିବସ ଭାବେ ପାଳନ କରାଯାଉଛି ।*

 

*ଜମ୍ମୁ-କାଶ୍ମୀର, ଲଦାଖ ଠାରୁ ଆରମ୍ଭ କରି ଦେଶର ଭିନ୍ନ ଭିନ୍ନ ସ୍ଥାନରେ କାରଗିଲ ବିଜୟ ଦିବସ ପାଳନ କରାଯାଉଛି । କାରଗିଲ ଯୁଦ୍ଧରେ ଅନେକ ବୀର ଯବାନ ସହିଦ ହୋଇଥିଲେ । କ୍ୟାପ୍ଟେନ୍ ମନୋଜ କୁମାର ପାଣ୍ଡେ, କ୍ୟାପ୍ଟେନ ବିକ୍ରମ ବତ୍ରା, କ୍ୟାପ୍ଟେନ୍‌ ଅମୋଲ କାଲିଆ, ଲେଫ୍ଟନାଣ୍ଟ ବଲୱାନ ସିଂ ଭଲି ଅନେକ ବୀର ଯବାନ ପାକ୍‌ ସେନା ସହ ଲଢ଼େଇରେ ସହିଦ ହୋଇଥିଲେ । ଏହି ବୀରଙ୍କୁ ମନେ ପକାଇ ଆଜି ସାରା ଦେଶରେ ବିଜୟ ଦିବସ ପାଳିତ ହେଉଛି ।*

You may have missed