ଧୋଇଗଲା କସପଙ୍କା ନବ ନିର୍ମିତ ପୋଲ ରାସ୍ତା ଯାତାୟତ ବାଧାପ୍ରାପ୍ତ, ନିମ୍ନ ମାନର କାର୍ଯ୍ୟ ହୋଇଥିବା ଅଭିଯୋଗ
ଧୋଇଗଲା କସପଙ୍କା ନବ ନିର୍ମିତ ପୋଲ ରାସ୍ତା ଯାତାୟତ ବାଧାପ୍ରାପ୍ତ, ନିମ୍ନ ମାନର କାର୍ଯ୍ୟ ହୋଇଥିବା ଅଭିଯୋଗ
ବ୍ରାହ୍ମଣୀଗାଁ ତା:୨୬/୦୭(ମନୋରଞ୍ଜନ ରଣା) କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ହାତିମୁଣ୍ଡା ପଞ୍ଚାୟତ ର ଦୁର୍ଗମ ଅଞ୍ଚଳ ତାମାଙ୍ଗି ଗ୍ରାମ ତଥା ଐତିହ୍ୟ ୠଷି ମାଳ ପର୍ବତ କୁ ସଂଯୋଗ କରୁଥିବା ରାସ୍ତା ର କସପଙ୍କା ଠାରେ ନୂତନ ଭାବେ ନିର୍ମିତ ହୋଇଥିବା ପୋଲ ପାର୍ଶ୍ୱ ର ମାଟି ଧୋଇ ହୋଇଯିବା ଫଳ ରେ ଉକ୍ତ ରାସ୍ତା ରେ ଯାତାୟାତ ବାଧା ପ୍ରାପ୍ତ ହୋଇଛି । ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଛି । ପୋଲ ନିର୍ମାଣ ବେଳେ ବିଭାଗୀୟ ଅଧିକାରୀ ମାନଙ୍କ ତଦାରଖ ର ଅଭାବ ହେତୁ ଅତି ନିମ୍ନ ମାନର ନିର୍ମାଣ କାର୍ଯ୍ୟ ହୋଇଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି। ବର୍ଷା ଲାଗି ରହିଲେ ସେହି ରାସ୍ତା ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯିବ ବୋଲି ଅଞ୍ଚଳ ବାସୀ ଭୟଭିତ ଥିବା ପ୍ରକାଶ କରିଛନ୍ତି। ଏହି ପୋଲ ଧୋଇ ହୋଇ ଯିବାରୁ ତାମାଙ୍ଗୀ ସମେତ କୁମ୍ଭାରିପଦର , ପିଡ଼ିକାରିପି , କସପଙ୍କା ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ପର୍ଯ୍ୟଟନ କ୍ଷେତ୍ର ଋଷିମାଳ କୁ ପର୍ଯ୍ୟଟକ ଓ ଅଞ୍ଚଳ ବାସୀ ଯାତାୟତ କରିପାରୁ ନାହାଁନ୍ତି। ଏଣୁ ପ୍ରଶାସନ ତୁରନ୍ତ ଉକ୍ତ ରାସ୍ତା ର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବା କୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି।