June 17, 2026

ଗୋଦାବରୀଶ ମିଶ୍ରଙ୍କ ଶ୍ରାଦ୍ଧୋତ୍ସବ ପାଳିତ

IMG-20230726-WA0025
Share

 

ଭୁବନେଶ୍ୱର:(ସମୀର ରଞ୍ଜନ ନାୟକ) ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ,ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର କର୍ଣ୍ଣଧାର, ସତ୍ୟବାଦୀ ବନ ବିଦ୍ୟାଳୟର ଶିକ୍ଷକ,ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ, ପୂର୍ବତନ ମନ୍ତ୍ରୀ ଓ ବିଶିଷ୍ଟ କବି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୬୭ତମ ଶ୍ରାଦ୍ଧୋତ୍ସଵ ଆଜି ପ୍ରତ୍ୟୁଷରେ ଭୁବନେଶ୍ୱର ପିଏମଜିଛକସ୍ଥିତ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଉପଶାସନ ସଚିବ ମାଥିଆସ ତିର୍କୀଙ୍କ ସଂଯୋଜନାରେ ଭକ୍ତିପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

 

ଏହି ଉତ୍ସବରେ ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ ବନ୍ଦନା ଗାନ କଲାପରେ ଶିକ୍ଷାବିତ କାମଦେବ ମହାପାତ୍ର ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରବୀର ମହାନ୍ତି, ଡ଼ଃ ମିହିର ପଟ୍ଟନାୟକ, ପ୍ରଗତି ରଥ,ସତ୍ୟବ୍ରତ ଜେନା, ଜୟ ଓଡ଼ିଶା ସଭ୍ୟବୃନ୍ଦ, ଉଇ ଫର ଭୁବନେଶ୍ୱର ପକ୍ଷରୁ ନରେନ ସାହୁ,ସଂଯୁକ୍ତା ମିଶ୍ର,ସରୋଜିନୀ ମିଶ୍ର,ରୀତା ମହାନ୍ତି, ଶାନ୍ତିଲତା ସାହୁ,ଦୀପ୍ତିପ୍ରଭା ରାୟ, ଡ଼ଃ ରଙ୍ଗାଧର ସାହୁ,ରମେଶ ଚନ୍ଦ୍ର ପାତାଳସିଂହ, ନଗେନ ନାୟକ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

 

ନିଜ ବକ୍ତବ୍ୟରେ ବକ୍ତାମାନେ ପଣ୍ଡିତ ଗୋଦାବରୀଶ ଏମ ଏ ପାସ କରି ସରକାରୀ ଚାକିରୀ ନକରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଆହ୍ବାନରେ ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ପରବର୍ତୀ ଅବସ୍ଥାରେ ସ୍ବାଧୀନତା ସଂଗ୍ରାମରେ ଯୋଗଦେଇଥିଲେ । ଏହା ପରେ ସେ ଓଡ଼ିଶାର ଶିକ୍ଷାମନ୍ତ୍ରୀ ଭାବରେ କାର୍ଯ୍ୟକରିବା ସମୟରେ ଉତ୍କଳ ବିଶ୍ଵବିଦ୍ୟାଳୟ ସହିତ ଓଡିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଉଦ୍ୟମ କରିଥିଲେ । ସେ ବହୁ କାବ୍ୟ କବିତା ଲେଖି ଓଡ଼ିଶାର ବାଣୀଭଣ୍ଡାରକୁ ସମୃଦ୍ଧ କରିଛନ୍ତି । ତାଙ୍କ ରଚିତ କାଳିଜାଇ କବିତା ତାଙ୍କୁ ଜନମାନସରେ ଚିର ଅମର କରି ରଖିଛି । ଶେଷରେ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଲଷ୍ମୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

You may have missed