March 11, 2026

ଇନ୍ଦିରାଆବାସ ବିଦ୍ୟାଳୟର ବୃକ୍ଷରୋପଣ 

IMG-20230726-WA0016
Share

 

 

କୁକୁଡ଼ାଖଣ୍ତି ବ୍ଲକ ଅନ୍ତର୍ଗତ ଇନ୍ଦିରା ଆବାସ ସରକାର ପ୍ରାଥମିକ ବିଦ୍ୟାଳୟ ପରିସରରେ ବୁଧବାର ମଧ୍ୟାହ୍ନ ସମୟରେ ବନ ମହୋତ୍ସବ ଅବସରରେ ବୃକ୍ଷରୋପଣ ଅନୁଷ୍ଠିତ ହୋଇଯାଇଛି । ଯୁବ ସମାଜ ସେବକ ଟୁକୁନା ସେଠୀଙ୍କ ନେତୃତ୍ଵରେ ଆୟୋଜିତ ୭୪ତମ ବନ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁକୁଡ଼ାଖଣ୍ତି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ଯୋଗ ଦେଇ ବିଭିନ୍ନ ପ୍ରକାର ଗଛ ଆମ୍ବ, ନିମ୍ବ, କଦମ୍ବ, ଜାମକୋଳି ଓ ବିଭିନ୍ନ ଔଷଧୀୟ ବୃକ୍ଷ ରୋପଣ କରିଥିଲେ। ପ୍ରାକୃତିକ ପରିବେଶର ସୁରକ୍ଷା ସାଙ୍ଗକୁ ଗୋଟିଏ ଗଛ କୋଟିଏ ଜୀବନ ଲକ୍ଷ୍ୟରେ ବୋଲି ମୁଖ୍ୟ ଅତିଥି ଶ୍ରୀ ଅଧ୍ୟକ୍ଷ ଅଭିଭାଷଣରେ ଉଦବୋଧନ ଦେଇଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବନ୍ଦନା ସେଠୀ, ସମିତି ସଭ୍ୟ ଅଶୋକ ଦାସ, ପୂର୍ବତନ ସରପଞ୍ଚ ଏ.ଚେନ୍ନାୟା, ଫୋରେଷ୍ଟର ବାବୁ ସେଠୀ,ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତାରାବତି କୋଠିଆ ଅତିଥି ଭାବେ ଯୋଗଦେଇଥିଲେ ବେଳେ ମୁଖ୍ୟ ବକ୍ତା ଭାବେ ଭିନ୍ନକ୍ଷମ ନେତା କେ.ମଣିବାବୁ ଯୋଗଦେଇ ଗଛର ରକ୍ଷଣାବେକ୍ଷଣ ଉପରେ ଆଲୋକପାତ କରିଥିଲେ। ଏଥିରେ ନାଏବ ସରପଞ୍ଚ ପ୍ରଗତି କୁମାର ଦଳେଇ, ସିଆରସିସି ହରିକୃଷ୍ଣ ଗୌଡ଼, ଇ.ସୁନୀତା ରାଣୀ , ସସ୍କିତା ଗୋସ୍ଵାମୀ, ସୁଦଷ୍ଣା ରଣା , ସାଗର ସେଠୀ ,ନାରାୟଣ ସେଠୀ , କାଳିଆ ସେଠୀ, ଭିକାରୀ, ଦିପୁ, ଶଙ୍କର, ମିଥୁନ୍ , ବିଶ୍ଵାମିତ୍ର, ଆକାଶ, ମାଧବ , ତୋଫାନ୍ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ