ଦେଶସେବକ ଗୋପବନ୍ଧୁ : ଆଲୋଚନାଚକ୍ର

ଖୋର୍ଦ୍ଧା-:(ପ୍ରିୟଙ୍କା ମହାପାତ୍ର) ଆମରି ସତ୍ୟ ବିକାଶ ପରିଷଦ, ଜଟଣୀ ଆନୁକୁଲ୍ୟରେ ଶ୍ରୀ ଯୁକ୍ତ ପଦ୍ମଲୋଚନ ସାହୁଙ୍କ ସଭାପତିତ୍ବରେ “ଦେଶ ସେବକ ଗୋପବନ୍ଧୁ” ଉପରେ ଏକ ଆଲୋଚନାଚକ୍ର ବିଶ୍ଵନାଥ କଲୋନୀ, ଜଟଣୀଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୁଖ୍ୟବକ୍ତା ପଣ୍ଡିତ ରମାକାନ୍ତ ମିଶ୍ର ଦରଦୀ ଗୋପବନ୍ଧୁଙ୍କର ବନ୍ୟାପୀଡ଼ିତ ଲୋକମାନଙ୍କ ପାଇଁ ଅନ୍ତର କିପରି ଦ୍ରବିଭୂତ ହେଉଥିଲା ଓ ତାଙ୍କର ଦରିଦ୍ର ନାରାୟଣପ୍ରୀତି ସମ୍ବନ୍ଧରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବରେ ଶିକ୍ଷାବିତ୍ ଜବାହର ଲାଲ ସୁବୁଦ୍ଧି ଯୋଗଦେଇ ଗୋପବନ୍ଧୁଙ୍କ ନିସ୍ଵାର୍ଥ ସେବାମୟ ଜୀବନ ବର୍ଣ୍ଣନା କରିଥିଲେ। ଶିକ୍ଷାବିତ୍ ବ୍ରଜବନ୍ଧୁ ନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ..ଜଣେ ଆଦର୍ଶ ଶିକ୍ଷକ ଭାବରେ ଗୋପବନ୍ଧୁ ଯେଉଁ ଶିକ୍ଷାନୀତି ପ୍ରଚଳନ କରୁଥିଲେ ତାହା ଆଜି ମଧ୍ୟ ଅନୁସରଣୀୟ । ପଣ୍ଡିତ ପଦ୍ମନାଭ ପାଣିଗ୍ରାହୀ ଗୋପବନ୍ଧୁ ବ୍ୟକ୍ତି ଜୀବନରୁ ଅତିକ୍ରମ କରି ବିଶ୍ୱପ୍ରେମରେ କିପରି ଉଦ୍ବୁଦ୍ଧ ହୋଇଥିଲେ ସେ ସମ୍ବନ୍ଧରେ ଆଲୋଚନା କରିଥିଲେ। ଆମରି ସତ୍ୟ ପତ୍ରିକାର ପ୍ରତିଷ୍ଠାତା ଡ. ପ୍ରମୋଦ ଚନ୍ଦ୍ର ଦାଶ ‘ସତ୍ୟବାଦୀ ବନ ବିଦ୍ୟାଳୟ’ ଓ ‘ସମାଜ’ ଥିଲା ଗୋପବନ୍ଧୁଙ୍କର ମାନସ ପୁତ୍ର । ସମାଜ ତା’ର ଅସ୍ତିତ୍ଵ ବଜାୟ ରଖିଛି ମାତ୍ର ସତ୍ୟବାଦୀ ବନବିଦ୍ୟାଳୟର ଆଦର୍ଶ ଶିକ୍ଷକମାନେ ଏବେବି ନମସ୍ୟ ହୋଇ ରହିଛନ୍ତି ବୋଲି କହିଥିଲେ । ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ କବିତା ପାଠ କାର୍ଯ୍ୟକ୍ରମରେ ଯୋଗଦେଇ ଜଗନ୍ନାଥ ନାୟକ, ସୁଦର୍ଶନ ମହାପାତ୍ର, ନର୍ମଦା ଦୋରା, ହେମଲତା ସାହୁ, କିଶୋର ପାଇକରାୟ, ସୁରେଶ ସ୍ୱାଇଁ ପ୍ରମୁଖ ସ୍ଵରଚିତ କବିତା ପାଠ କରିଥିଲେ। ପରିଶେଷରେ ଶ୍ରୀ ଆଦି ନାରାୟଣ ଖଣ୍ଡୁଆଳ ଧନ୍ୟବାଦ ଅର୍ପଣ କରିଥିଲେ।
