September 22, 2026

ଶ୍ରୀ କ୍ଷେତ୍ର ପୁରୀରେ ଭୋଗ ଲାଗିବ କୋଟପାଡ଼ ଅଞ୍ଚଳ ର ଉତ୍ପାଦିତ ଜୈବକ ପ୍ରଣାଳୀର ଶସ୍ୟ

IMG-20250626-WA0064
Share

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ଅଞ୍ଚଳର ଜୈବକ ପଦ୍ଧତି ରେ ଚାଷ ହୋଇଥିବା କଳା ଜିରା. ବାସାଭୋଗ ଓ ମଲ୍ଲି ଚାଉଳ ଏବଂ ବିରି ସହ ମୁଗ ଆଜି ଶ୍ରୀକ୍ଷେତ୍ର ପୁରୀରେ କୋଠ ଭୋଗ ପ୍ରସ୍ତୁତି ନିମନ୍ତେ ପ୍ରେରଣ କରାଯାଇଛି.ଆଜି ସ୍ଥାନୀୟ ବିଧାୟକ ରୁପୁ ଭତରା ବ୍ଲକ ପରିସର ରେ ଏହି ଶସ୍ୟ କୁ ସବୁଜ ସଂକେତ ଦେଇ ପ୍ରେରଣ କରିଥିଲେ ଏହି ଅବସର ରେ ବିଡ଼ିଓ ସନ୍ଧ୍ୟା ସମରଥ. ସାଂସଦ ପ୍ରତିନିଧି ରାମେଶ୍ୱର ଜେନା. ବିନାୟକ ଆଚାର୍ଯ୍ୟ ଉପସ୍ଥିତ ଥିଲେ.ଅପରାହ୍ନ ରେ ଜ଼ିଲ୍ଲା ସଦର ମହକୁମା ରେ ଏହି ଶସ୍ୟ ବାହନ ପହଞ୍ଚିବାପରେ ଜ଼ିଲ୍ଲା ପାଳ ଭି କିର୍ତ୍ତୀ ଭାସନ. କୋରାପୁଟ ବିଧାୟକ ରଘୁରାମ ମାଛ. ଙ୍କ ସମେତ ଜ଼ିଲ୍ଲା ସ୍ତରୀୟ ବହୁ ଅଧିକାରୀ ସ୍ୱାଗତ ଜଣାଇ ପ୍ରେରଣ କରିଥିବା ଜଣାଯାଇଛି.ପ୍ରଗତି ସ୍ଵେଛା ସେବି ସଂଗଠନ ପକ୍ଷରୁ କୋଟପାଡ଼ ବ୍ଲକର ଗାଁ ଗାଁ କୁ ଯାଇ ଶସ୍ୟ ସଂଗ୍ରହ କରାଯାଇଥିବା ଜଣାଯାଇଛି. ସଂଘଟନ ର ଟିମ ଲିଡର ପ୍ରଦୀପ କୁମାର ସେଠି. ଅମ୍ବିକା ବେହେରା. ଶଶିକଳା ଜେନା. ଭାଗବତୀ ଗାଦବା. ପ୍ରଭାକର ରାଓ ଆଜି ଏହି ଶସ୍ୟ ନେଇ ପୁରୀ ଅଭିମୁଖେ ଯାତ୍ରା କରିଥିବାର ଜଣାଯାଇଛି I କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟନାୟକ ଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଖବର

You may have missed