August 7, 2026

ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ପାଳନ

IMG-20250626-WA0059
Share

 

ବୁଗୁଡା, ୨୬/୬/୨୫ : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମରେ ୧୯୭୫ ମସିହା ଜୁନ ୨୬ ତାରିଖ ଦିନ ପ୍ରତିଷ୍ଠା ହୋଇଥିଲା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ । ୨୦୨୫ ଜୁନ ୨୬ ତାରିଖ ଦିନ ଏହି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହେବାର ୫୦ ବର୍ଷ ପୂରଣ ହୋଇଛି। ୫୧ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଏହି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ସହ ଜଡିତ ଥିବା ଶିକ୍ଷାବିତ ତଥା ସାମ୍ବାଦିକ ଅନିଲ କୁମାର ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ କେକ କାଟିଥିଲେ। ମୁଖ୍ୟ ବକ୍ତଭାବେ ଏହି ଶିକ୍ଷାନୁଷ୍ଠାନର ଅବସରପ୍ରାପ୍ତ କିରାଣୀ ଭଗବାନ ଜେନା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ବାବୁ ପ୍ରଧାନ, ଦେବଦତ୍ତ କହଁର, ସଶ୍ମିତା ବେହେରା, ଜ୍ୟୋତି ପ୍ରକାଶ ପ୍ରଧାନ, ସୁପ୍ରଭା ମହାପାତ୍ର, ବାମଦେବ ପ୍ରଧାନ ଓ ପ୍ରଣବ ମହାନ୍ତ ଯୋଗଦେଇଥିଲେ। ଏହି ବିଦ୍ୟାଳୟର ପୁରାତନ ଛାତ୍ର ତଥା ପୋଲସରା ବିଧାୟକ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଳିକଙ୍କ ସମେତ ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମର ଶିକ୍ଷାବିତ ଓ ଶିକ୍ଷାପ୍ରେମୀମାନଙ୍କ ସହ ଆଲୋଚନା କରି ସୁବର୍ଣ୍ଣ ଜୟନ୍ତୀ ପାଳନ ଦିବସ ଠିକ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା। କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

You may have missed