March 8, 2026

ଛତ୍ରପୁରରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ୫୮ତମ ଶାଖା ଖୋଲିଲା

IMG-20250626-WA0045
Share

 

ଛତ୍ରପୁର .୨୬/୬/୨୦୨୫(ଅରୁଣ କୁମାର ପଣ୍ଡା)ଅଗ୍ରଣୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ନୂତନ ଶାଖା ଗଞ୍ଜାମର ଛତ୍ରପୁରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ନୂତନ ଶାଖାଟି ଗଞ୍ଜାମ ଜିଲ୍ଲାର ପଞ୍ଚମ ଏବଂ ରାଜ୍ୟର ୫୮ତମ ଶାଖା ଅଟେ । ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଭୁବନେଶ୍ଵର ଅଞ୍ଚଳରେ ଏହାର ଉପସ୍ଥିତିକୁ ସୁଦୃଢ କରିବା ସହ ଗ୍ରାହକଙ୍କ ନିକଟତର ହେବା ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଛି । ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଏହି ନୂତନ ଶାଖାକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଛତ୍ରପୁର ଉପ-ଜିଲ୍ଲାପାଳ ଡଃ. ଶିବାଶିଷ ବରାଳ, ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜିତ ସାହୁ, ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ଦିଲ୍ଲୀପ କୁମାର ରାଉଳ ଏବଂ ଶାଖା ପ୍ରବନ୍ଧକ ଜିବିତେଷ ପରିଡା ଓ ସମାଜସେବୀ ସମାପ୍ତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ରାଉଳ ଭୁବନେଶ୍ଵରରେ ଶାଖା ସମ୍ପ୍ରସାରଣ ସମ୍ପର୍କରେ ନିଜର ମତ ରଖି ରାଜ୍ୟରେ ବ୍ୟବସାୟିକ ଅଭିବୃଦ୍ଧି ଓ ରଣନୀତିକ ପ୍ରାଧାନ୍ୟ ରଖୁଥୁବା ଗଞ୍ଜାମ ଜିଲ୍ଲାରେ ଆଉ ଏକ ଶାଖା ଖୋଲାଯାଇଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି। ଶାଖା ଏବଂ ଅନ୍ୟାନ୍ୟ ଚ୍ୟାନେଲଗୁଡିକର ଦ୍ରୁତ ବିସ୍ତାରିତ ନେତ୍ୱର୍କ ମାଧ୍ୟମରେ ଗ୍ରାହକଙ୍କୁ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇବାରେ ଏହା ସହଯୋଗ କରିବ ବୋଲି ସେ କହିଛନ୍ତି । ଏହା ଗ୍ରାହକ ସେବାକୁ ଅଧିକ ସୁଗମ କରିବା ସହ ରଣ ବିତରଣରେ ଉନ୍ନତି ଆଣିବ ଏବଂ ଖୁଚୁରା, କୃଷି ଓ ଏସ୍ଏସ୍ଏମ୍‌ର କ୍ଷେତ୍ର ଗୁଡିକ ପାଇଁ ଟର୍ଣ୍ଣ ଆରାଉଣ୍ଡ୍ ଟାଇମ୍ (ଟିଏଟି) ହ୍ରାସ କରିବ ଯାହା ଦ୍ୱାରା ଗ୍ରାହକ ସନ୍ତୁଷ୍ଟି ଅଧ‌ିକ ବୃଦ୍ଧି ପାଇବ।