March 10, 2026

ଛତ୍ରପୁରରୁ ଶତାଧିକ ସ୍ବେଚ୍ଛାସେବୀଙ୍କ ରଥଯାତ୍ରାରେ ସେବା ପାଇଁ ପୁରୀ ଯାତ୍ରା

IMG-20250626-WA0031
Share

ଛତ୍ରପୁର.ତା.୨୬/୬/୨୦୨୫(ଅରୁଣ କୁମାର ପଣ୍ଡା)ବିଗତବର୍ଷ ରଥଯାତ୍ରା ତଥା ଏ ବର୍ଷ ମହାଶିବରାତ୍ରିରେ ଲିଙ୍ଗରାଜ ମନ୍ଦିରରେ ଓ ତାରାତାରିଣୀ ଯାତ୍ରାରେ ଉଲ୍ଲେଖନୀୟ ସେବା କରି ଚାରିଆଡୁ ପ୍ରଶଂସା ସାଉଁଠୁଥିବା ଛତ୍ରପୁର ସେବା ପ୍ରତିନିଧିର ଶତାଧିକ ସଦସ୍ୟ ଆଜି ଛତ୍ରପୁରରେ ପଦସ୍ଥ କ୍ୟାଡ଼ର ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ରଙ୍କ ଡ଼ାକରାରେ ତଥା ଆଇ.ଆର.ଇରେ କାର୍ଯ୍ୟରତ ଟୁଟୁ ନାୟକ, ମନୋରଞ୍ଜନ ବେହେରା ତଥା ସମାଜସେବୀ ମନୋଜ ମିଶ୍ର, ଓକିଲ ଲସିତ ବରଣ ବେହେରା, ମାଧବ ସାସମଲ, ଅମିତ ପାତ୍ର, ରାଜେଶ ପାତ୍ର, ନିରାକାର ସାହୁଙ୍କ ନେତୃତ୍ୱରେ ଆଜି ଶତାଧିକ ସ୍ବେଚ୍ଛାସେବୀ ବାଇକ ତଥା ଟ୍ରେନ ମାଧ୍ୟମରେ ଛତ୍ରପୁରରୁ ପୁରୀ ନିମନ୍ତେ ନିଜର ଯାତ୍ରା ଆରମ୍ଭ କରିଛନ୍ତି। ଆଜିର ଏହି ମହତ ଯାତ୍ରା ଆରମ୍ଭ ପୂର୍ବରୁ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଓ ଓକିଲ ଧର୍ମା ରେଡ୍ଡୀ ଡ଼ି.ଆର.ଡ଼ି.ଏ. ଛକ ନିକଟରେ ନଡ଼ିଆ ଭାଙ୍ଗି ସମସ୍ତ ସ୍ବେଚ୍ଛାସେବୀଙ୍କୁ ଭଲ କାମ କରି ଛତ୍ରପୁରର ନାଁ ରଖିବାକୁ ଉପଦେଶ ଦେଇ ଏହି ବାଇକ ଯାତ୍ରାର ଶୁଭାରମ୍ଭ କରିଥିଲେ। ସୂଚନାଯୋଗ୍ୟ, ପ୍ରତିବର୍ଷ ବିଶିଷ୍ଟ ସମାଜସେବୀ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ଏହି ସଙ୍ଗଠନର ପାଖାପାଖି ୩୦୦ ଜଣ ସ୍ବେଚ୍ଛାସେବୀ ବିଭିନ୍ନ ଜିଲ୍ଲାରୁ ଆସି ରଥଯାତ୍ରାରେ ତଥା ଲିଙ୍ଗରାଜ ମନ୍ଦିରରେ ଜାଗର ଯାତ୍ରା ସମୟରେ ପ୍ରଶଂସନୀୟ ସେବା କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି।