ଉମରକୋଟ ଠାରେ ଝିଅ ଜନ୍ମ ହେଲା ବୋଲି ବହୁ ଆଡ଼ମ୍ବରରେ ଘରକୁ ନେଲେ ପିତା ମାତା…..
ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଏବେବି ଆଧୁନିକ ସମାଜ ରେ ବାପା ମା ଝିଅ ଅପେକ୍ଷା ପୁଅକୁ ଅଧିକ ଗୁରୁତ୍ବ ଦେଇଥାନ୍ତି। ଏପରିକି କିଛି ଦମ୍ପତି ଝିଅ ଗର୍ବ ରେ ଅଛି ବୋଲି ଜାଣିବା ମାତ୍ରେ ଭ୍ରୁଣ ହତ୍ୟା କରି ଦେଇଥାଆନ୍ତି। କିନ୍ତୁ ଏହି ସମାଜରେ ଏପରିବି ଦମ୍ପତି ଅଛନ୍ତି ଯେ ଝିଅ ଟି ଜନ୍ମ ହେବା ପରେ ତାକୁ ବିରାଟ ବଡ ଆଡମ୍ବର ରେ ଘରକୁ ନେଇ ଯାଇଛନ୍ତି। ଏପରିକି ଆଜି ହସ୍ପିଟାଲରୁ ଝିଅକୁ ନେବା ବେଳେ ବର ବାହା ହେବା ବେଳେ ଯେମିତି କାରକୁ ସଜ୍ଜା ହେଇ ଥାଏ ଠିକ ସେପରି ନିଆ ଯାଇଥିଲା। ଆଜି ସେପରି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା ଉମରକୋଟ ଉପଖଣ୍ଡ ହସ୍ପିଟାଲ ଠାରେ। ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହର ର ଡଙ୍ଗରିଗୁଡ଼ା ଗ୍ରାମର ପ୍ରଣୟ ବାଲା ଓ ପିପି ପଲିଶ୍ରୀ ଙ୍କ ର ଉମରକୋଟ ହସ୍ପିଟାଲ ଠାରେ ଶନିବାର ଦିନ ଏକ ଝିଅ ଟି ଜନ୍ମ ହେଇଥିଲା। ଏହା ତାଙ୍କର ପ୍ରଥମ ସନ୍ତାନ ହେଇ ଥିଲା। ଆଜି ଛୁଆଟି ର ହସ୍ପିଟାଲ ରୁ ଡିସଚାର୍ଜ ହେବା ପରେ ଖୁସି ରେ ପରିବାର ଲୋକ ଗୋଟାଏ କାରକୁ ବର ଯିବା ପରି ସଜାଇ ଘରକୁ ନେଇ ଥିଲେ। ଏହା କନ୍ୟା ସନ୍ତାନର ଜନ୍ମକୁ ନେଇ ଯେଉଁ ମାନେ ଘୃଣା କରନ୍ତି ତାଙ୍କୁ ଏକ ପ୍ରକାର ଶିକ୍ଷା ବୋଲି ଆଲୋଚନା ହେଉଛି।
