ରାଜ୍ୟ ସ୍ତରୀୟ ସମ୍ବିଧାନ ହତ୍ୟା ଦିବସ ପାଳନ ରେ ଯୋଗ ଦେବାକୁ ଛତ୍ରପୁର ର ପ୍ରତିନିଧି ଦଳ

ଛତ୍ରପୁର.୨୫/୬/୨୦୨୫. ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ସମ୍ବିଧାନ ହତ୍ୟା ଦିବସ ପାଳନ ସମାବେଶ ରେ ଯୋଗ ଦେବାକୁ ଏକ ପ୍ରତିନିଧି ଦଳ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ରବି ନାରାୟଣ ବେହେରା ଙ୍କ ନେତୃତ୍ଵ ରେ ଛତ୍ରପୁର ଠାରୁ ବାହାରିଥିଲେ ଏହି ପ୍ରତିନିଧି ଦଳରେ ଛତ୍ରପୁର ର ପୂର୍ବତନ ବିଧାୟକ ଶ୍ରୀ ଅଶୋକ ଚୌଧୁରୀ, ଶ୍ରୀ ପ୍ରଶାନ୍ତ ଶତପଥୀ, ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ର ଅଧକ୍ଷ ରାଜେନ୍ଦ୍ର ଦାସ, ଡ.V ରାଜେନ୍ଦ୍ର ରାଜୁ, ଅବସର ସରକାରୀ କର୍ମଚାରୀ ସଂଘ ସଂପାଦକ ଶ୍ରୀ ସୋମନାଥ ସାହୁ ଓ ସମାଜସେବୀ କାଳୁ ଚରଣ ତ୍ରୀପାଠୀ ଯୋଗ ଦେଇଥିଲେ ଏହି ସମାବେଶ ରେ ଓଡ଼ିଶା ର ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯୋଗ ଦେବାର କାର୍ଯ୍ୟକ୍ରମ ରହଥିବାବେଳେ ରାଜ୍ୟ ର ବିଭିନ୍ନ ଜିଲ୍ଲା ର ପ୍ରତିନିଧି ଦଳ ଏହି ସମାବେଶ ରେ ଯୋଗଦେବେ
