ସମୁଦ୍ର କୁଳ ଲଙ୍ଘିବା ଘଟଣା ରେ ବନ୍ଦର ଗେଟ ସମୁଖରେ ମତ୍ସ୍ୟ ଜୀବୀଙ୍କ ଧାରଣା ଛତ୍ରପୁର ବିଧାୟକଙ୍କ ହସ୍ତକ୍ଷେପ ପରେ ଫିଟିଲା ସମାଧାନର ବାଟ
ଛତ୍ରପୁର.ତା.୨୪/୬/୨୦୨୫(ଅରୁଣ କୁମାର ପଣ୍ଡା)ଆର୍ଯ୍ୟପଲ୍ଲୀ ନିକଟରେ ସମୁଦ୍ର କୂଳଲଙ୍ଘୀ ଗ୍ରାମ ନିକଟତର ହେବାରେ ଲାଗିଛି।ଏଥିରେ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ଓ ଜିଲା ପ୍ରଶାସନର ନୀରବତାକୁ ନେଇ ମତ୍ସ୍ୟଜୀବୀମାନେ ୫ଦଫା ଦାବି ନେଇ ଆଜି ଦିନ ତମାମ ଆନ୍ଦୋଳନରେ ବସିଥିବା ବେଳେ ଛତ୍ରପୁର ବିଧାୟକଙ୍କ ହସ୍ତକ୍ଷେପ ପରେ ସମସ୍ୟା ସମାଧାନର ସୂତ୍ର ବାହାରିବା ପାଇଁ ପ୍ରତଶ୍ରୁତି ମିଳବା ପରେ ଧାରଣାରୁ ଉଠିଛନ୍ତି ମତ୍ସ୍ୟ ଜୀବୀ ମାନେ। ଦୀର୍ଘ ବର୍ଷ ଧରି ବିଜେଡି ସାଶନ ଅମଳରେ ସମୁଦ୍ର କୂଳ ଲଙ୍ଘିବା ଠାରୁ ଆରମ୍ଭ କରି ଜେଟି ଖନନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କ ବିଭିନ୍ନ ଦାବି, ବନ୍ଦର କର୍ତ୍ତୃପକ୍ଷ କେବେବି ଶୁଣୁନଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଆର୍ଯ୍ୟପଲ୍ଲୀରେ ସମୁଦ୍ର କୁଳ ଖାଇବା ଓ ପୋର୍ଟ କର୍ତ୍ତୃପକ୍ଷ ଡ୍ରେଜିଙ୍ଗ ନ କରିବା ଯୋଗୁଁ ଆର୍ଯ୍ୟପଲ୍ଲୀ ସମେତ ଆଖପାଖ ୨୭ଟି ଗାଁର ମତ୍ସ୍ୟଜୀବୀ ମାନେ ଦୀର୍ଘ ବର୍ଷ ଧରି ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଆର୍ଯ୍ୟପଲ୍ଲୀ ଗାଁ ନିକଟରେ ସମୁଦ୍ର କୂଳ ଖାଉଥିବା ଯୋଗୁଁ ଗାଁ ନିକଟରେ ପଥରବନ୍ଧ ନିର୍ମାଣ ନେଇ ଦୀର୍ଘ ବର୍ଷ ହେଲା ଗ୍ରାମବାସୀ ମାନେ ଦାବି କରି ଆସୁଛନ୍ତି । ଏନେଇ ପୋର୍ଟ କତୃପକ୍ଷ କୈାଣସି ପଦକ୍ଷେପ ନ ନେବା ଯୋଗୁଁ ସମୁଦ୍ରରୁ ଗାଁକୁ ମାତ୍ର ଆଉ ୫୦ମିଟର ଦୂରତା ମଧ୍ୟରେ ରହିଛି । ସେହିପରି ଗୋପାଳପୁର ପୋର୍ଟ ଡ୍ରେଜିଙ୍ଗ ତଥା ନିୟମିତ ଭାବେ ନ ଖୋଳିବା ଯୋଗୁଁ ବାଲି ମୁହାଣକୁ ମାଡ଼ି ଆସୁଛି । ଯାହାଫଳରେ ଡ଼ଙ୍ଗା ଚଳାଚଳରେ ମତ୍ସ୍ୟଜୀବୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଦାବି ସମ୍ପର୍କରେ ବାରମ୍ବାର ମତ୍ସ୍ୟଜୀବୀ ମାନେ ଜିଲ୍ଲା ପ୍ରଶାସନ ଓ ଗୋପାଳପୁର ପୋର୍ଟ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି । କିନ୍ତୁ କୈାଣସି ସୁଫଳ ନ ମିଳିବାରୁ ୨୭ ଖଣ୍ଡ ଗାଁର ମତ୍ସ୍ୟଜୀବୀ ମାନେ ଆନ୍ଦୋଳନ ପାଇଁ ଡାକରା ଦେଇଥିଲେ । ଆନ୍ଦୋଳନ ନେଇ ସୂଚନା ପାଇବା ପରେ ସୋମବାର ସନ୍ଧ୍ୟା ସମୟରେ ଜିଲ୍ଲା ପ୍ରଶାସନ ଓ ପୋର୍ଟ କର୍ତ୍ତୃପକ୍ଷ ଗ୍ରାମବାସୀ ମାନଙ୍କୁ ଆଲୋଚନା ପାଇଁ ଡାକିଥିଲେ ।ହେଲେ ଏହି ଆଲୋଚନା ବିଫଳ ହୋଇଥିଲା ତେବେ ଆଜି ସକାଳୁ ମତ୍ସ୍ୟଜିବୀ ମାନେ ଗୋପାଳପୁର ବନ୍ଦର ଗେଟ ସମୁଖରେ ଧାରଣା ବସିଥିଲେ। ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଘଟଣା ସ୍ଥଳରେ ପହଁଚି ଜିଲ୍ଲା ପ୍ରଶାସନ ଏବଂ ପୋର୍ଟ କତୃପକ୍ଷଙ୍କୁ ଡାକି ବର୍ଷିଥିଲେ କିପରି ମତ୍ସ୍ୟଜିବୀ ମାନେ ସୁରକ୍ଷା ପାଇ ପାରିବେ ଧନ ଜୀବନ ରକ୍ଷା ହୋଇପାରିବ ସେ ନେଇ ଧାରଣା ସ୍ଥଳରେ ଦୀର୍ଘ ଘଣ୍ଟା ଧରି ଆଲୋଚନା ହୋଇଥିଲା ଏହା ପରେ ବିଧାୟକଙ୍କ ହସ୍ତକ୍ଷେପ ପରେ ସମାଧାନର ବାଟ ବାହାରିଥିଲା। ନିଷ୍ପତ୍ତି ପ୍ରକାରେ ସମୁଦ୍ର କୁଳ ଖାଇବା ଅସୁବିଧା ପାଇଁ ଗୋପାଳପୁର ବନ୍ଦର କତୃପକ୍ଷ ସମସ୍ତ ଏରିଆରେ ପରିବେଶ ମଞ୍ଜୁରୀ ଆଣି ପଥର ବନ୍ଧ ନିର୍ମାଣ କରିବ ଏହା ସହ ଅଗଷ୍ଟ ୩୦ ତାରିଖ ସୁଦ୍ଧା ମତ୍ସ୍ୟଜୀବୀ ମାନଙ୍କ ଯିବା ଆସିବା କେନାଲକୁ ଡ୍ରେଜିଙ୍ଗ ସହ ଜେଟି ଅଞ୍ଚଳରେ ଲାଇଟ, ପାନୀୟ ଜଳ ସୁବିଧା ସହ ପୁରୁଣା ଗୋଦାମ ଗୁଡିକୁ ଭାଙ୍ଗିବା ସହ ଉପରକୁ ଉଠିବା ନିମନ୍ତେ ସିଡ଼ି ନିର୍ମାଣ କରିବ ଏହି ସମସ୍ତ ନିଷ୍ପତ୍ତି ବିଧାୟକଙ୍କ ଉପସ୍ଥିତି ଏବଂ ବିଧାୟକଙ୍କ ଯୋଗୁ ପୋର୍ଟ କତୃପକ୍ଷ ଉକ୍ତ ଦାବିରେ ରାଜି ହୋଇଥିବା ହେତୁ ୨୭ଖଣ୍ଡ ଗ୍ରାମର ମତ୍ସ୍ୟଜିବୀ ମାନେ ବିଧାୟକଙ୍କୁ ଧନ୍ୟବାଦ ଦେଇଥିଲେ
