March 10, 2026

ଉମରକୋଟ ଠାରେ ଗ୍ରାମବାସୀଙ୍କ ଉଦାରତା, କନିଷ୍ଠ ଯନ୍ତ୍ରୀ ଓ ସାମ୍ବାଦିକ ଙ୍କୁ ସମ୍ବର୍ଦ୍ଧନା…….

IMG-20250626-WA0007
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଗ୍ରାମବାସୀଙ୍କ ବହୁ ଦିନର ସମସ୍ୟା ଦୂର କରିଛନ୍ତି କିଛି ସାମ୍ବାଦିକ, ଖବର ପ୍ରସାରଣ କରିବା ପରେ କନିଷ୍ଠ ଯନ୍ତ୍ରୀ ତତ୍ପରତା ଦେଖାଇ ଗ୍ରାମ ର ସମସ୍ୟା ଦୂର କରିଥିଲେ। ଏହା ଦେଖି ଗ୍ରାମବାସୀ ଏକତ୍ରିତ ହୋଇ କନିଷ୍ଠ ଯନ୍ତ୍ରୀ ଓ ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରିଥିବା ଦେଖିବାକୁ ମିକିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନରେ ଥିବା ବୁର୍ଜା ଗ୍ରାମରେ। ସୂଚନା ଅନୁଯାଇ ଦୀର୍ଘ ଦିନ ଧରି ଏହି ଗ୍ରାମର ଟାୱାର ସାହି, ଚନ୍ଦ୍ର ସାହି, ଗାଉଁଟିଆ ସାହିରେ ପାଣି ର ସମସ୍ୟା ରହିଥିଲା। ଏହି ସାହି ବାସିନ୍ଦା ଗ୍ରାମରେ ଥିବା ଚର୍ଚ୍ଚ ପରିସରରେ ଏକ ନଳକୂଅ ଉପରେ ଭରସା କରୁଥିଲେ। ଏହା ଦେଖି ଦିନେ ଉମରକୋଟ ର କିଛି ସାମ୍ବାଦିକ ଜୀତେନ୍ଦ୍ର କୁମାର ଦାଶ, ଶଙ୍କର ପ୍ରସାଦ ତୁରୁକ, ମନୋଜ ନାୟକ, ବନସିଂ ଗଣ୍ଡ, ଅନୁପ ବାରିକ, ଅଭିଷେକ ବେହେରା ଗ୍ରାମ କୁ ଯାଇ ପାଣି ସମସ୍ୟା କୁ ନେଇ ଖବର ପ୍ରସାରଣ କରିଥିଲେ। ଖବର ପ୍ରସାରଣ ପରେ ସ୍ଥାନୀୟ ବିଡ଼ିଓ ମନୋଜ କୁମାର ମେହେର ପଂଚାୟତିରାଜ ପାନୀୟ ଜଳ ବିଭାଗ ର କନିଷ୍ଠ ଯନ୍ତ୍ରୀ ଶରତ ବେହେରା ଙ୍କୁ ଅବଗତ କରିବାରୁ କନିଷ୍ଠ ଯନ୍ତ୍ରୀ ତୁରନ୍ତ ବୁର୍ଜା ଗ୍ରାମକୁ ଯାଇ ଦୁଇଟି ନଳକୂଅ ଖୋଳି ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ, ଏବଂ କିଛି ଦିନ ପରେ ଗ୍ରାମରେ ଦୁଇଟି ନଳକୂଅ ଖୋଲାଯାଇଥିଲା। ଏହା ଦେଖି ଗ୍ରାମବାସୀ ଙ୍କ ମୁଁହରେ ହସର ଲହରୀ ଖେଳିଯାଇଥିଲା!ଗ୍ରାମର ବହୁ ଦିନର ସମସ୍ୟା ଦୂର ହେବାରୁ ଆଜି ଗ୍ରାମବାସୀ କନିଷ୍ଠ ଯନ୍ତ୍ରୀ ଓ ଖବର ପ୍ରସାରଣ ଜରିଥିବା ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ଦେଇ ସମ୍ଭର୍ଦ୍ଧନା କରିଥିଲେ।