April 25, 2026

୩ଟି ପ୍ରାଇଭେଟ ବ୍ୟାଙ୍କ ସହ ସରକାରୀ କାରବାର ବନ୍ଦ ନିଷ୍ପତ୍ତି ୭୨ ଘଣ୍ଟା ମଧ୍ୟରେ ବିଜେପି ସରକାର ନିଜ ଛେପ ନିଜେ ଢୋକିଲେ‌   ବିଜେଡି

IMG-20250626-WA0009
Share

ଭୂବନେଶ୍ୱର ( ଦେବାଶିଷ ଦାଶ )

 

HDFC ,, ICICI ,, AXIS ବ୍ୟାଙ୍କର ନିରୁତ୍ସାଜନକ ପ୍ରଦର୍ଶନ ୩ ଦିନରେ ବଦଳିଲା କେମିତି ?

ଲୋକଙ୍କ ସରକାରର ଏହି ଚଞ୍ଚକତା ଭେଳିକି କାହା ସ୍ୱାର୍ଥରେ ?

 

୩ଟି ପ୍ରାଇଭେଟ ବ୍ୟାଙ୍କର ପ୍ରଦର୍ଶନ ନିରୁତ୍ସାଜନକ କହିଥିବା ରାଜ୍ୟ ସରକାର ୭୨ ଘଣ୍ଟା ମଧ୍ୟରେ ନିଜ ଛେପ ନିଜେ ଢୋକି ପୁଣି ନିଷ୍ପତ୍ତି ବଦଳାଇବା କାହା ସ୍ୱାର୍ଥର ବୋଲି ବିଜେଡି ପ୍ରଶ୍ନ କରିଛି ।

ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମିଡିଆ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି କହିଥିଲେ ଯେ, ଗତ ଜୁନ ୨୧ ତାରିଖ ଦିନ ଅର୍ଥ ବିଭାଗର ବିଜ୍ଞପ୍ତି ନଂ.୧୮୫୬୦ ଅନୁଯାୟୀ ରାଜ୍ୟ ସରକାରଙ୍କ ବିଭିନ୍ନ ଫ୍ଲାଗସିପ୍ ଯୋଜନାରେ ନିରୁତ୍ସାଜନକ ପ୍ରଦର୍ଶନ ପାଇଁ ଏଚ୍ଡିଏଫ୍ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଓ ଏକ୍ସିସ୍ ବ୍ୟାଙ୍କକୁ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁବନ୍ଧିତ ତାଲିକାରୁ ବାଦ ଦିଆଯାଇଥିଲା ।

ସରକାରୀ ଜମା ଓ ବ୍ୟାଙ୍କିଂ କାରବାର ତୁରନ୍ତ ବନ୍ଦ କରିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା ।

କିନ୍ତୁ ଜୁନ୍ ୨୪ ତାରିଖରେ ବିଜ୍ଞପ୍ତି ନଂ-୧୮୭୮୩ ଅନୁଯାୟୀ ସେହି ନିଷ୍ପତ୍ତିକୁ ବାତିଲ କରାଯାଇ ଉପରୋକ୍ତ ୩ ପ୍ରାଇଭେଟ ବ୍ୟାଙ୍କକୁ ସରକାରୀ ଜମା ଓ ବ୍ୟାଙ୍କିଂ କାରବାର ପାଇଁ ପୁନଃଅନୁବଦ୍ଧିତ କରାଗଲା ।

ଡ. ମହାନ୍ତି ପ୍ରଶ୍ନ କରିଥିଲେ ଯେ, ୭୨ ଘଣ୍ଟା ମଧ୍ୟରେ ଏଭଳି ୟୁଟର୍ଣ୍ଣ ନିଷ୍ପତ୍ତି କାହା ସ୍ୱାର୍ଥରେ? ଅର୍ଥ କାରବାର ସମ୍ବଦ୍ଧିତ ସରକାରୀ ନିଷ୍ପତ୍ତି ଏଭଳି ଖାମଖିଆଲି ଭାବେ ନିଆଯାଇପାରେନା । ଲୋକଙ୍କ ସରକାର ବୋଲି ପ୍ରଚାର କରୁଥିବା ରାଜ୍ୟ ବିଜେପି ସରକାର ଏ ବାବଦରେ ଲୋକଙ୍କ ପାଖରେ ସ୍ପଷ୍ଟିକରଣର ରଖିବା ଆବଶ୍ୟକ। ନଚେତ ଲୋକଙ୍କ ସରକାର ନୁହେଁ ଏହା ବିଜେପି ସ୍ୱାର୍ଥର ସରକାର ବୋଲି ଲୋକେ କହିବେ।

You may have missed