July 3, 2024

ଜ଼ିଲ୍ଲା ପରିଷଦ ସଭ୍ୟା ସଭ୍ୟ ଙ୍କ ଗୁରୁତ୍ୱ ପୂର୍ଣ୍ଣ ବୈଠକ

Share

 

କୋରାପୁଟ ଜ଼ିଲ୍ଲା କୋରାପୁଟ ସଦର ମହକୁମା ରେ ଥିବା ଜ଼ିଲ୍ଲା ପରିଷଦ ସଭା ଗୃହ ରେ ଆଜି ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଜ଼ିଲ୍ଲା ପିରିଷଦ ଅଧକ୍ଷା ସୁଶ୍ରୀ ସସ୍ମିତା ମେଲକା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକ ରେ ଜ଼ିଲ୍ଲା ରେ ଲାଇଟ ଯୋଗାଣ କୁ ନେଇ ବହୁ ଅନିୟମିତତା ହୋଇଥିବାର ଜ଼ିଲ୍ଲା ପରିଷଦ ସଭ୍ୟ ସଭ୍ୟା ମାନେ ଅଭିଯୋଗ କରିଥିବା ଜଣାଯାଇଛି I ଜୁଲାଇ ତିନି ତାରିଖ ରେ ବୈଠକ ହେବ ଏହି ବୈଠକ ରେ ଜଳ ଓ ପରିମଳ. ଉଦ୍ୟାନ. ବନ. ଏବଂ ଜଳ ଛାୟା ବିଭାଗର ଅଧିକାରୀ ମାନେ ଯୋଗ ଦେବା ପାଇଁ ସର୍ବ ସମ୍ମତି କ୍ରମେ ସ୍ଥିର ହୋଇଥିବା ଜଣା ଯାଇଛି. ପ୍ରେତ୍ୟକ ମାସ ର ତିନି ତାରିଖ ଦିନ ଜ଼ିଲ୍ଲା ପରିଷଦ ଅଧକ୍ଷା ଉପା ଧକ୍ଷ ଏବଂ ସମସ୍ତ ସଭ୍ୟ ସଭ୍ୟା ଓ ଜ଼ିଲ୍ଲା ର ସମସ୍ତ ବିଭାଗୟ ଅଧିକାରୀ ଙ୍କୁ ନେଇ ଉନ୍ନୟନ ମୂଳକ କାମ ବିଷୟ ରେ ଆଲୋଚନା କରିବା ପାଇଁ ଏହି ବୈଠକ ରେ ସ୍ଥିର ହୋଇଥିବା ଜଣା ଯାଇଛି I ଆଇ ଡି ଏଫ ଫଣ୍ଡ ବିଷୟ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା. ଜୟପୁର ଠାରୁ କନିଷ୍ଟ ଯନ୍ତ୍ରୀ ନିୟମିତ ଆସୁ ନ ଥିବାରୁ ବିଲ ଗୁଡିକ ବିଳମ୍ବ ହେଉଥିବା ନେଇ ସି ଡି ଓ ଙ୍କୁ ଅବଗତ କରାଯାଇଥିଲା I ମୁର୍ତ୍ତା ହାଣ୍ଡି ପଞ୍ଚାୟତ ର ଆବାସ ଯୋଜନା ରେ ଦୁର୍ନୀତି ର ଅଭି ଯୋଗ ହୋଇ ଚାରି ମାସ ବିତି ଯାଇ ଥିଲେ ହେଁ କୌଣସି ତଦନ୍ତ ହୋଇ ନ ଥିବାରୁ ବୈଠକ ରେ ଅସନ୍ତୋଷ ପ୍ରକାଶ ପାଇଛି I ଅନ୍ୟ ମାନଙ୍କ ମଧ୍ୟରେ ସି ଡି ଓ ଶ୍ରୀ ଦେବାଶିଷ ପଟ୍ଟନାୟକ. ଏ ପି ଡି ଶ୍ରୀ ଗୌରୀ ସାହୁ. ଜ଼ିଲ୍ଲା ପରିଷଦ ଅଧକ୍ଷା ସୁଶ୍ରୀ ସସ୍ମିତା ମେଲକା ,ଗୀତା ମାଝୀ, ତ୍ରିପତି ଚଲାଣ, ରଘୁ ଜାନି, ଲାଇଛନ ଖରା, ରାଜେଶ୍ୱର ମହୁରୀଆ, ପୂର୍ଣ୍ଣ ପାଙ୍ଗି, ଟୀକାଇ ଗେମେଲ, ମିହିର କୁଲଦୀପ, ମୋହନ ଜାନି, ଯଶୋଦା ଖିଲ,ଙ୍କ ସମେତ ଜ଼ିଲ୍ଲା ପରିଷଦ ସଭ୍ୟ ସଭ୍ୟା ପ୍ରମୁଖ ଯୋଗ ଦେଇ ଥିଲେ କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା I