June 29, 2024

ବିଦ୍ୟାଳୟ ପରିଦର୍ଶନ ରେ ଜିଲା ଶିକ୍ଷା ଅଧିକାରୀ……..

Share

 

ଉମରକୋଟ:(ଏମ.ଦିନା°ଶୁ ଆଚାରୀ) ୨୬/୦୬/୨୪
ନବରଙ୍ଗପୁର ଜିଲା ଶିକ୍ଷାଧିକାରୀ ଛତ୍ରପତି ସାହୁ ଅଚାନକ ଉମରକୋଟ ର ବିଭିନ୍ନ ସ୍କୁଲ ପରି ଦର୍ଶନ କରିଥିଲେ । ସଦାଶିବ ସୁକୁମାର ନୋଡାଲ ଉଚ୍ଚ ବିଦ୍ୟାଳୟ ଗ୍ରସ୍ତ କରି ଛାତ୍ରୀ ଛାତ୍ର ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ଶ୍ରେଣୀ କକ୍ଷରେ ଶିକ୍ଷାଦାନ ସମ୍ୱନ୍ଧରେ ପରାମର୍ଶ ଦେବା ସଙ୍ଗେ ସଙ୍ଗେ ବିଜ୍ଞାନ, ଗଣିତ ଇଂରାଜୀ ଶିକ୍ଷାଦାନ ର ମାନ ଦଣ୍ଡ ଆକଳନ କରିଥିଲେ। ପରେ ଅପରାହ୍ନ ରେ ଧୋଡ଼ରା ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ ଗସ୍ତ କରି ପ୍ରତେକ ଶ୍ରେଣୀରେ ବିଜ୍ଞାନ, ଗଣିତ ଓ ଇଂରାଜୀ ସମ୍ବନ୍ଧରେ ଛାତ୍ରୀ ଛାତ୍ର ମାନଙ୍କର ଅଧ୍ୟୟନ ଆକଳନ କରିଥିଲେ। ଧୋଡ଼ରା ବିଦ୍ୟାଳୟରେ ଶିକ୍ଷା ପାଇଁ ଅତିଥି ଶିକ୍ଷକ ନିଯୁକ୍ତି ତୁରନ୍ତ ପ୍ରଦାନ କରି ଶିକ୍ଷକ ଅଭାବ ଦୂର କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ବିଦ୍ୟାଳୟ ର ପରିବେଶ ଅତି ମୋନରମ ହୋଇଥିବାରୁ ସନ୍ତୁଷ୍ଟି ପ୍ରକାଶ କରିଥିଲେ । ଏହି ସମୟରେ ବିଦ୍ୟାଳୟ ରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଭାତ କୁମାର ପଟ୍ଟନାୟକ , ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଚିତ୍ରାନନ୍ଦ ଲେଙ୍କା, ସ୍ବାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଭୟ ଚରଣ ନାୟକ, କେଦାରେଶ୍ୱର ପଟ୍ଟନାୟକ , ବଂଶୀଧର ଭୂୟାଁ, ଶିକ୍ଷୟତ୍ରୀ ଚନ୍ଦ୍ରିମା ହାଲଦାର୍, ରଞ୍ଜିତା କୁଅଁର, ରାମ ନାରାୟଣ ମହାପାତ୍ର, ଶେଖର ସାବତ, କିଶୋର ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲା ଶିକ୍ଷାଧିକରୀ ଙ୍କ ଗ୍ରସ୍ତ ଓ ଛାତ୍ରୀ ଛାତ୍ର ଓ ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କ ପ୍ରଥମ କରି ଏଭଳି ଖୋଲା ଖୋଲି ଆଲୋଚନା ହେବା ପରେ ନିଶ୍ଚିତ ଭାବରେ ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟରେ ଆଗାମୀ ଦିନରେ ଶିକ୍ଷା ଦାନରେ ସଂସ୍କାର ଆସିବା ସହ ଛାତ୍ରୀ ଛାତ୍ର ମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବା ସହ ଶିକ୍ଷୟିତ୍ରୀ ଶିକ୍ଷକ ଙ୍କ ପାଠ ପଢା ପ୍ରତି ଆଗ୍ରହ ବଢିବ ବୋଲି ଆଶା କରା ଯାଉଛି ।