September 29, 2024

ଅବକାରୀ ବିଭାଗ ତରଫରୁ ଜନ ସଚେତନତା ରାଲି

Share

କାଶୀନଗର
ତା 26/6/24
ପ୍ରତ୍ୟେକ ବର୍ଷ ଜୁନ ତାରିଖ କୁ ମାଦକ ପଦାର୍ଥର ଦୁରୁପଯୋଗ ତଥା ଅବୈଧ କାରବାର ବିରୋଧୀ ଅନ୍ତରାଷ୍ଟ୍ରୀୟ ଦିବସ ଉପଲକ୍ଷେ କାଶୀନଗର ବାରଣାସୀ ଉଚ୍ଚ ବିଦ୍ୟାଳୟ ର ଛତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ଲେ କାର୍ଡ ଧରି ମଦ ବିରୋଧୀ ନାରା ଦେଇ ଏକ ସଚେତନ ରାଲି କାଶୀନଗର ସହର ପରିକ୍ରମା କରି ଜନ ସଚେତନା କରା ଯାଇଥିଲା. ଏହି ଦିବସ ପାଳନ ର ମୁଖ୍ୟ ଉଦେଶ୍ୟ ହେଲା ବେଆଇନ ମଦ ପ୍ରସ୍ତୁତି ବିଷୟରେ ଅବଗତ ହୋଇ ସେହି ସ୍ଥାନ ଓ ବ୍ୟକ୍ତି ବିଶେଷଙ୍କ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ସୂଚନା ପ୍ରଦାନ କରି ଅପମିଶ୍ରିତ ବେଆଇନ ମାଦକ ଦ୍ରବ୍ୟ ର ପ୍ରସ୍ତୁତି ଓ ବ୍ୟବହାର ସମ୍ପର୍କରେ ସମୁଦାୟ ସମାଜକୁ ସଚେତନ କରି ଏହା କିପରି ମାନବ ସମାଜକୁ ତାଳି ତଳାନ୍ତ କରି ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଏକ ବିପର୍ଯୟ ସୃଷ୍ଟି କରୁଥିବାରୁ ଏହି ଠାରୁ ନିବୃତ ରହିବା . ସ୍ଥାନୀୟ ଅବକାରୀ ବିଭାଗ ଓ.ଆଇ.ସି ସନ୍ତୋଷ କୁମାର ଦାସ, ଏ. ଏସ.ଆଇ ସୁରେଶ ଚନ୍ଦ୍ର ମିଶ୍ର ସଚେତନ ରାଲି ରେ ଯୋଗ ଦେଇ ଗାଁ ଓ ସହର ଗୁଡିକରେ ମାଦକ ପଦାର୍ଥର ଦୁରୁପଯୋଗ ତଥା ଅବୈଧ କାରବାରରୁ ନିବୃତ ରହିବା ସଙ୍ଗେ ସଙ୍ଗେ ଅନ୍ୟ ମାନଙ୍କୁ ମଧ୍ୟ ସଚେତନ କରାଯାଉଛି ବୋଲି ପ୍ରତିନିଧି ଆନନ୍ଦ ଚନ୍ଦ୍ର ପାତ୍ର ସମ୍ମୁଖରେ ବକ୍ତବ୍ୟ ରଖିଥିଲେ.