September 29, 2024
Share

 

୧-ଭୁବନେଶ୍ୱର:ପ୍ରକାଶ ପାଇଲା ଯୁକ୍ତ ୩ ନାମଲେଖା ପ୍ରଥମ ପର୍ଯ୍ୟାୟ ମେଧାତାଲିକା।୩ଟି ବର୍ଗରେ କଟଅଫ ମାର୍କରେ ରେଭନ୍ସା ବିଶ୍ବବିଦ୍ୟାଳୟ ଆଗରେ ।

୨-ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଆଗାମୀ ୫ ଦିନ ଯାଏଁ ଲାଗି ରହିବ ବର୍ଷା।

୩-ଭୁବନେଶ୍ୱର: ସ୍କୁଲରେ ପଢାଇବେ ଅତିଥି ଶିକ୍ଷକ,୪୫୮୦ ଅବସର ପ୍ରାପ୍ତ ଶିକ୍ଷକ ନିଯୁକ୍ତ ହେବେ।

୪-ପୁରୀ:ଏଥର ନବଯୌବନ ଦର୍ଶନ ବନ୍ଦ, ହେବନି ଦର୍ଶନ ଟିକେଟ, ଶ୍ରୀମନ୍ଦିରରେ ପ୍ରବେଶ ମନା। ଦୁଇ ଦିନ ଗୁଣ୍ଡିଚା।

୫-ଚର୍ଚ୍ଚାରେ ପ୍ରଣବଙ୍କ ସରକାରୀ କ୍ୱାର୍ଟର୍: ବିବାଦୀୟ ନିର୍ମାଣ ଭାଙ୍ଗିବାକୁ ନେଇ ତନାଘନା।

୬-ଓଡ଼ିଶା ଫେରିବେ ମନୋଜ ଆହୁଜା, କ୍ୟାବିନେଟ୍ ଦେଲା ମଞ୍ଜୁରୀ।୧୯୯୦ ବ୍ୟାଚ୍ ର ଆଇଏଏସ୍ ମନୋଜ ଆହୁଜା ଏବେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ସଚିବ ଅଛନ୍ତି।

୭-ରୋଗୀଙ୍କୁ ଭଲ ବ୍ୟବହାର ଦେଖାଇବା ଉପରେ ଗୁରୁତ୍ୱ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ: ମୁନ୍ନା ଭାଇ ଏମବିବିଏସ୍ ସିନେମା ଦେଖିବା ପାଇଁ ଡାକ୍ତରଙ୍କୁ ପରାମର୍ଶ

୮-ଛାଡ଼ ପାଇବେନି ଖଣି ଲୁଟେରା, ଚାଲିଛି ଖୋଳତାଡ଼.. ସବୁ ଜେଲ ଯିବେ: ମନ୍ତ୍ରୀ

୯-ରଥଯାତ୍ରା ନୀତି ନିର୍ଘଣ୍ଟ କାର୍ଯ୍ୟସୂଚୀକୁ ପରିଚାଳନା କମିଟି ବୈଠକରେ ମୋହର।

୧୦-ଟ୍ରାଫିକ୍ ପୋଷ୍ଟରେ ଆଉ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବନି: ନୂଆମନ୍ତ୍ରୀଙ୍କ ନୂଆ ପରିକଳ୍ପନା । ହଟିବ ରେଡ୍ ଲାଇଟ୍, କରାଯିବ ବିକଳ୍ପ ବ୍ୟବସ୍ଥା।

୧୧-ପାଟଣା : ୨୦ ନଂ ଜାତୀୟ ରାଜପଥରେ ଠିଆ ହୋଇଥିବା ଟ୍ରଲରକୁ ପିଟିଲା ଆଉ ଏକ ଟ୍ରଲର।

୧୨-ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ଗଠନ ପାଇଁ ଟାସ୍କ ଫୋର୍ସ କରାଯିବ।ଯୋଜନା ଓ ସଂଯୋଜନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ।

୧୩-ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀଦଳ ନେତା ଭାବେ ନିଯୁକ୍ତ।

୧୪-ପୁଣି ଲୋକସଭା ବାଚସ୍ପତି ହୋଇପାରନ୍ତି ଓମ୍ ବିର୍ଲା, ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ଓମ୍ ବିର୍ଲା।

୧୫-ଏନଟିଏ ପରୀକ୍ଷା ବିବାଦ, ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ।

୧୬-‘ଜୟ ପାଲେଷ୍ଟାଇନ’ ସ୍ଲୋଗାନ ଦେଇ ଶପଥ ଗ୍ରହଣ କଲେ ଅସଦୁଦ୍ଦିନ ଓୱେସି, ବିବାଦ ତୀବ୍ର।

୧୭-କିଙ୍ଗସ୍ ଟାଉନ: ବାଂଲାଦେଶକୁ ୮ ରନରେ ହରାଇ ସେମିଫାଇନାଲରେ ଆଫଗାନିସ୍ତାନ।

୧୮-ଇଡି ପରେ ସିବିଆଇ ତିହାର ଜେଲରେ କେଜରିୱାଲଙ୍କୁ ଗିରଫ କରିଛି।ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଅରବିନ୍ଦ ଗିରଫ।

୧୯-ସର୍ବକାଳୀନ ଉଚ୍ଚତମ ସ୍ତରରେ ସେୟାର ବଜାର, ସେନସେକ୍ସ ୭୮୦୫୩ ଓ ନିଫ୍ଟି ୨୩ ୭୨୧ ଲେବୁଲରେ ବନ୍ଦ।

୨୦-ଜୁଲାଇରେ ପିଏମ୍ ମୋଦୀଙ୍କ ମସ୍କୋ ଗସ୍ତ, ରାଷ୍ଟ୍ରପତି ପୁଟିନଙ୍କ ସହ କରିବେ ବୈଠକ: ରୁଷ ମିଡିଆର ଦାବି।

*🙏 ସୁପ୍ରଭାତ 🙏*