April 26, 2026

ଦାୟିତ୍ବ ଗ୍ରହଣ କଲେ ନୂଆଁ ବିଇଓ

IMG-20230626-WA0057
Share

ଦାୟିତ୍ବ ଗ୍ରହଣ କଲେ ନୂଆଁ ବିଇଓ
ବୁଗୁଡ଼ା : ତା ୨୬/୦୬/୨୩ : ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟରେ ନୂତନ ବିଇଓ ଭାବେ ଚିନ୍ମୟ ମହାପାତ୍ର ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ଦୀର୍ଘ ଦିନ ଧରି ଏଠାରେ କେହି ସ୍ଥାୟୀ ବିଇଓ ନଥିବା ବେଳେ ବେଲଗୁଣ୍ଠା ବିଇଓ ପ୍ରସନ୍ନ କୁମାର ବେହରା ଅତିରିକ୍ତ ଭାବେ ଏହି ଦାୟିତ୍ବ ତୁଲାଇ ଆସୁଥିଲେ । ତେବେ ଆଜି ନୂଆଁ ବିଇଓ କାର୍ଯ୍ଯଭାର ଗ୍ରହଣ କରିବା ପରେ କାର୍ଯ୍ୟଳୟର କର୍ମଚାରୀବୃନ୍ଦ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏ ଅବସରରେ ସେ ବ୍ଲକର ସମୟ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଥିଲେ।